ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ: ୧୯ ଲକ୍ଷ ଟଙ୍କା ଏବଂ ୧୭ ଲିଟର ମଦ ଜବତ
କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜାଙ୍କ ଜମିରୁ ୧୯ ଲକ୍ଷ ଟଙ୍କା ଏବଂ ୧୭ ଲିଟର ମଦ ଜଗତ ।

ସୂଚନାଥାଉ ଯେ, ବୁଧବାର ସଂନ୍ଧ୍ୟାରେ କଣ୍ଟାବାଞ୍ଜିର ଏକ ସିନେମା ହଲ ଭିତରେ କୌଣସି କଥାକୁ ନେଇ ଗଣ୍ତଗୋଳ ହୋଇଥିଲା ଯେଉଁ ଘଟଣାରେ ବିଧାୟକଙ୍କ ପୁଅଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏହି ଘଟଣାର ଭିଡିଓ ଓ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଆଇପିସି ଧାରା ୩୮୪, ୫୦୬, ୩୫୩ ଏବଂ ଆର୍ମ ଆକ୍ଟରେ ମାମଲା ରୁଜୁ କରାଯାଇଛି । ଖବର ଅନୁସାରେ ବିଧାୟକଙ୍କ ପୁଅ ସମେତ ଅନ୍ୟ ୬ ଜଣଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି ।
ତେବେ ଆଲିସାନ ସିନେମା ହଲ ଭିତରେ ମାଲିକଙ୍କ ପୁଅକୁ ଆକ୍ରମଣ କରାଯାଇଥିଲା ଯେଉଁ ସମୟରେ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜା ସେହି ସ୍ଥାନରେ ଉପସ୍ଥିତ ଥିଲେ । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ପୋଲିସ ହାତରେ ଲାଗିଛି । ତେବେ ଘଟଣାକୁ ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।












Click it and Unblock the Notifications