Get Updates
Get notified of breaking news, exclusive insights, and must-see stories!

୫ କୋଟିକୁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବୃଦ୍ଧି : ପାଣ୍ଠି ଖର୍ଚ୍ଚ କରିପାରୁନାହାନ୍ତି ବିଧାୟକ

ନିଜ ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ଯ୍ୟ ପାଇଁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମଏଲଏଲାଡ) ବାବଦରେ ପ୍ରତି ବିଧାୟକଙ୍କୁ ପ୍ରତିବର୍ଷ ୩କୋଟି ଟଙ୍କା ଲେଖାଏଁ ସରକାର ପ୍ରଦାନ କରୁଛନ୍ତି ।

କିନ୍ତୁ ଅଧିକାଂଶ ବିଧାୟକ ଏହି ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ହୋଇପାରୁ ନାହାନ୍ତି। ଖର୍ଚ୍ଚ ହୋଇନପାରି ଟଙ୍କା ଜିଲା ପ୍ରଶାସନ ନିକଟରେ ପଡ଼ି ରହୁଥିବାବେଳେ ଗତ ବିଧାନସଭା ବଜେଟ ଅଧିବେଶନରେ ବିଧାୟକ ଉନ୍ନୟନ ପାଣ୍ଠି ୨କୋଟିରୁ ୫କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

୩କୋଟି ଟଙ୍କା ଖର୍ଚ୍ଚ କରିବାରେ ଅକ୍ଷମତା ଦେଖାଉଥିବା ବିଧାୟକମାନେ ଏକବର୍ଷ ମଧ୍ୟରେ କିପରି ୫କୋଟି ଟଙ୍କା ଖର୍ଚ୍ଚ କରିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଯେ, ବିଧାନସଭା କ୍ଷେତ୍ରର ବିକାଶ ପାଇଁ ବିଧାୟକଙ୍କୁ ସ୍ବତନ୍ତ୍ର ପାଣ୍ଠି ଯୋଗାଇ ଦେବାର ଲକ୍ଷ୍ୟନେଇ ୧୯୯୭-୯୮ରେ ତତ୍କାଳୀନ କଂଗ୍ରେସ ସରକାର ବିଧାୟକ ଉନ୍ନୟନ ପାଣ୍ଠି(ଏମଏଲଏମ ଲାଡ) ବ୍ୟବସ୍ଥା ଆରମ୍ଭ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ପ୍ରତି ବିଧାୟକଙ୍କୁ ବର୍ଷକୁ ୧କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଉଥିଲା। ପରେ ଏହାକୁ ୨ କୋଟି ଓ ପରେ ବିଧାୟକଙ୍କ ଉନ୍ନୟନ ପାଣ୍ଠି ୩କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା।

MLA Regional Development Fund increased to Rs 5 crore

ବିଧାୟକ ଉନ୍ନୟନ ପାଣ୍ଠି ଅର୍ଥ ବଢ଼ି ଚାଲିଥିବାବେଳେ ବିଧାୟକମାନେ ଅର୍ଥ ଠିକ୍ ସମୟରେ ଖର୍ଚ୍ଚ କରିବାରେ ସମର୍ଥ ହୋଇପାରୁ ନାହାନ୍ତି। ଫଳରେ ଜିଲା ପ୍ରଶାସନ ନିକଟରେ ବିଧାୟକ ଉନ୍ନୟନ ପାଣ୍ଠି ଅର୍ଥ ପଡ଼ିରହୁଛି। ଗତ ୧୦ବର୍ଷ ମଧ୍ୟରେ ପ୍ରାୟ ସବୁ ଜିଲାରେ କୋଟି କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିଥିବା ଜଣାପଡ଼ିଛି। ୨୦୧୪-୧୫ରୁ ୨୦୨୪-୨୫ବର୍ଷ ମଧ୍ୟରେ ଗଞ୍ଜାମ ଜିଲାରେ ସର୍ବାଧିକ ୧୨୬୬୬.୨୬ଲକ୍ଷ ବିଧାୟକ ଉନ୍ନୟନ ପାଣ୍ଠି ଟଙ୍କା ଖର୍ଚ୍ଚ ହୋଇ ନ ପାରି ପଡ଼ିରହିଛି। ସେହିପରି ମୟୂରଭଞ୍ଜ ଜିଲାରେ ୯୩୦୭.୫୩ଲକ୍ଷ ଟଙ୍କା ପଡ଼ି ରହିଥିବାବେଳେ କଟକ ଜିଲାରେ ୮୨୪୩.୬୮ଲକ୍ଷ, ଅନୁଗୋଳ ଜିଲାରେ ୨୫୬୨.୬୫ଲକ୍ଷ, ବାଲେଶ୍ବର ଜିଲାରେ ୫୧୯୩.୪୫ଲକ୍ଷ, ଭଦ୍ରକ ଜିଲାରେ ୨୭୩୬.୩୩ଲକ୍ଷ, ବଲାଙ୍ଗିରରେ ୨୨୬୨ଲକ୍ଷ, ବୌଦ୍ଧରେ ୧୯୬୩.୯୬ଲକ୍ଷ, ଦେବଗଡ଼ରେ ୧୪୭୫.୭୬ଲକ୍ଷ, ଗଜପତିରେ ୧୯୮୩ଲକ୍ଷ, ଜଗତସିଂହପୁରରେ ୨୩୩୬.୪୪ଲକ୍ଷ, ଯାଜପୁରରେ ୭୭୮୭.୫୨ଲକ୍ଷ, ଝାରସୁଗୁଡ଼ାରେ ୧୮୮୦.୫୨ଲକ୍ଷ, କଳାହାଣ୍ଡିରେ ୨୨୩୭.୯୫ ଲକ୍ଷ, କନ୍ଧମାଳରେ ୧୫୬୧ ଲକ୍ଷ, କେନ୍ଦ୍ରାପଡ଼ାରେ ୩୬୬୨.୦୩ ଲକ୍ଷ, କେନ୍ଦୁଝରରେ ୬୬୭୪.୭୨ ଲକ୍ଷ, ଖୋର୍ଦ୍ଧାରେ ୮୪୯୫.୭୫ ଲକ୍ଷ, କୋରାପୁଟରେ ୧୭୯୨.୪୮ଲକ୍ଷ, ମାଲକାନଗିରିରେ ୮୭୦.୯୪ ଲକ୍ଷ, ନବରଙ୍ଗପୁର ରେ ୨୯୭୨.୭୧ ଲକ୍ଷ, ନୟାଗଡ଼ରେ ୨୧୦୦ ଲକ୍ଷ, ନୂଆପଡ଼ାରେ ୬୩୦.୦୨ ଲକ୍ଷ, ପୁରୀରେ ୪୨୩୬.୫୪ ଲକ୍ଷ, ରାୟଗଡ଼ାରେ ୧୨୭୪.୨୫ ଲକ୍ଷ, ସମ୍ବଲପୁରରେ ୧୯୭୮.୧୨ ଲକ୍ଷ, ସୁବର୍ଣ୍ଣପୁରରେ ୧୨୩୫.୧୯ ଲକ୍ଷ ଏବଂ ସୁନ୍ଦରଗଡ଼ ଜିଲାରେ ୭୩୩୯.୩୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରିନି। ପ୍ରତିବର୍ଷ ବିଧାୟକ ଉନ୍ନୟନ ପାଣ୍ଠିର ସମ୍ପୂର୍ଣ୍ଣ ଅର୍ଥ ବିନିଯୋଗ ହୋଇପାରୁ ନ ଥିବାବେଳେ ଗତ ବଜେଟ ଅଧିବେଶନରେ ବିଧାୟକ ଉନ୍ନୟନ ପାଣ୍ଠି ୫କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ୩କୋଟି ଟଙ୍କା ଖର୍ଚ୍ଚ କରିପାରୁ ନ ଥିବା ବିଧାୟକମାନେ କିଭଳି ବର୍ଷକରେ ୫କୋଟି ଟଙ୍କା ଖର୍ଚ୍ଚ କରିବେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+