ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି, ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ
ପିପିଲି ଉପନିର୍ବାଚନ ପାଇଁ ଦଳର ପର୍ଯ୍ୟବେକ୍ଷକ ଭାବେ ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ନିଯୁକ୍ତି ଦେଇଛି ଦଳ । ଏନେଇ ବିଜେଡି କାର୍ଯ୍ୟଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ବର: ରାଜ୍ୟ ଆଉ ଏକ ଉପନର୍ବାଚନ ପାଇଁ ସଜବାଜ ହେଲାଣି ବିଜେଡି । ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ହେବାକୁ ଥିବା ଉପନିର୍ବାଚନ ପାଇଁ ବିଜେଡି ହେଲାଣି ପ୍ରସ୍ତୁତ । ଉପନିର୍ବାଚନ ପାଇଁ ଦଳର ପର୍ଯ୍ୟବେକ୍ଷକ ଭାବେ ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ନିଯୁକ୍ତି ଦେଇଛି ଦଳ । ଏନେଇ ବିଜେଡି କାର୍ଯ୍ୟଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏହି ସୂଚନା ଦେଇଛନ୍ତି । ଗତ ଅକ୍ଟୋବର ୪ ତାରିଖରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏହି ସିଟଟି ଖାଲି ପଡିଛି । ନିୟମ ଅନୁସାରେ ୬ ମାସ ମଧ୍ୟରେ ହେବ ଉପନିର୍ବାଚନ । ଏପ୍ରିଲ ମାସରେ ୬ ମାସ ପୂରୁଥିବାରୁ ପିପିଲି ଉପନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

ସେପଟେ ପିପିଲିରେ ମୋଟ ୨ ଲକ୍ଷ ୨୯ ହଜାର ୯୦୩ ଜଣ ଭୋଟର ଅଛନ୍ତି । ସେଥିମଧ୍ୟରୁ ୧ ଲକ୍ଷ ୧୯ ହଜାର ୨୦ ଜଣ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟର ୧ ଲକ୍ଷ ୧୦ ହଜାର ୫୬୧ ଜଣ ଅଛନ୍ତି । ପୋଷ୍ଟାଲ ବାଲାଟ ଭୋଟରଙ୍କ ସଂଖ୍ୟା ୩୨୦ । ସେହିଭଳି ମୋଟ ବୁଥ୍ ସଂଖ୍ୟା ୨୭୩ ଥିବାବେଳେ ସେଥିରେ ୭୫ଟି ଅତି ସମ୍ବେଦନଶୀଳ ବୁଥ୍ ରହିଛି । ଉପନିର୍ବାଚନ ପାଇଁ ପ୍ରତି ବୁଥ୍ରେ ୧୦୦୦ ଜଣ ଭୋଟର ଭୋଟ ଦେବେ । ସେଥିପାଇଁ ଅଧିକ ବୁଥ୍ ମଧ୍ୟ କରାଯାଇଛି । ଏନେଇ ନିର୍ବାଚନ କମିଶନ ଅନୁମତି ମଧ୍ୟ ଦେଇ ସାରିଛନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications