ବାହାନଗା ରେଳ ଦୁର୍ଘଟଣାରେ ପ୍ରତିକ୍ରିୟା ରଖିଲେ ପ୍ରଶାନ୍ତ ମୁଦୁଲି; କହିଲେ, ବିପର୍ୟ୍ୟୟ ମୁକାବିଲାରେ ନବୀନ ଏକ ନମ୍ବର
ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ସେ କହିଛନ୍ତି ବିପର୍ୟ୍ୟୟ ମୁକାବିଲା କରିବାରେ ନବୀନ ଏକ ନମ୍ବର । ଏକଥା ଅନେକ ଥର ପ୍ରମାଣିତ ହୋଇସାରିଛି ।
ସେ ଆହୁରି କହିଛନ୍ତି ଯେ, ରେଳ ଦୁର୍ଘଟଣାରେ ନବୀନଙ୍କ ପରି ଜଣେ ସମ୍ବେଦନଶୀଳ ମଣିଷ ଏହାକୁ ଗୁରୁତର ସହ ନେଇଛନ୍ତି । ଏମିତି କି କେମିତି ଉଦ୍ଧାର କାର୍ଯ୍ୟ ସୁରୁଖୁରରେ ହେବ, ଆହତଙ୍କୁ କିପରି ହସ୍ପିଟାଲ ପହଞ୍ଚାଯିବା ସେନେଇ ମୁଖ୍ୟମନ୍ତ୍ରୀ ରାତି ସାରା ଫୋନରେ ଅପରେଟ କରିଛନ୍ତି । ସ୍ଥିତି ଅନୁଧ୍ୟାନ କରିବା ପାଇଁ ସକାଳ ୭ଟା ପୂର୍ବରୁ ବାହାନଗାରେ ପହଞ୍ଚିଛନ୍ତି । ସରକାରୀ ଓ ବେସରକାରୀ ସ୍ତରରେ କାମକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଶାନ୍ତ ମୁଦୁଲି ଆହୁରି ମଧ୍ୟ କହିଛନ୍ତି କି, ସବୁବେଳେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶରେ ଆମର ବ୍ୟବସ୍ଥା ସକ୍ରିୟତାର ସହ କାମ କରେ। ଏହା ଏକ ସ୍ପର୍ଶ କାତର ଘଟଣା। ଏଭିଳି ଘଟଣା ବହୁତ କମ ଘଟେ। ଏଥରେ ଅନେକ ଲୋକ ଭଲ କାମ କରିଛନ୍ତି। ଦଳଗତ ନିର୍ବିଶେଷରେ ସମସ୍ତେ ସମବେଦନା ଜଣାଉଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ପ୍ରଶାନ୍ତ ମୁଦୁଲି କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜ କାର୍ୟ୍ୟକ୍ରମ ବାତିଲ କରି ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆସିଥିଲେ, ସ୍ଥିତି ଅନୁଧ୍ୟାନ କରିବା ସହ ହସ୍ପିଟାଲ ଯାଇ ଆହତ ଲୋକଙ୍କ ମନୋବଳ ବଢାଇଛନ୍ତି । ତେବେ ଘଟଣା ଯେତେବେଳେ ଘଟି ସାରିଛି । ତଦନ୍ତ ହେବା ସ୍ବାଭାବିକ କଥା । ଭୁଲ ସାମ୍ନାକୁ ଆସିବା ଦରକାର । ଏ ଭଳି ଘଟଣାରେ ରାଜନୈତିକ ବୟାନ ବାଜି ବି ହେବା ସ୍ବାଭାବିକ କଥା ବୋଲି କହିଛନ୍ତି ପ୍ରଶାନ୍ତ ମୁଦୁଲି ।
ସୂଚନାଥାଉ କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି । ମୃତକଙ୍କ ମଧ୍ୟରେ ଭଦ୍ରକର ୮ ଜଣ, ଯାଜପୁରର ୨ଜଣ, ବାଲେଶ୍ୱରର ୧୪ଜଣ, ମୟୁରଭଞ୍ଜର ୯ଜଣ, ଖୋର୍ଦ୍ଧାର ୨ଜଣ, କଟକର ୩ଜଣ ଓ କେନ୍ଦୁଝରର ଜଣେ ବ୍ୟକ୍ତି ଅଛନ୍ତି। ମୃତକମାନଙ୍କର ନିକଟତମ ଆତ୍ମୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ପୂର୍ବରୁ ଓଡିଶାର ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications