ICUରେ ଭର୍ତ୍ତି ହେଲେ ପ୍ରଶାନ୍ତ ଜଗଦ୍ଦେବ , ଚିକିତ୍ସା ଲାଗି ଗଠନ ହେଲା ୩ ଜଣିଆ ଡାକ୍ତରୀ ଟିମ୍‌

ଖୋର୍ଦ୍ଧା: ଇଭିଏମ ଭଙ୍ଗାରୁଜା ଘଟଣାରେ ଜେଲରେ ଥିବା ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଛି । ଆଜି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜେଲରୁ ଅଣାଯାଇ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଉଛି ।

ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ପ୍ରଶାନ୍ତ ଜଗଦ୍ଦେବ ସୁଗାର, ହାଇ ବିପି, ସ୍ପାଇନାଲକର୍ଡ ଭଳି ଅନେକ ରୋଗରେ ପୀଡିତ ଅଛନ୍ତି । ଅସୁସ୍ଥତା ଯୋଗୁଁ ମେଡିସିନ୍ ବିଭାଗ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ଜଗଦ୍ଦେବ । ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଚିକିତ୍ସା ଲାଗି ୩ ଜଣିଆ ଡାକ୍ତରୀ ଟିମ୍ । ଏସସିବି ମେଡିସିନ୍ ବିଭାଗର ପ୍ରଫେସର ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଟିମ୍ ଗଠିତ କରାଯାଇଛି । ଟିମ୍‌ରେ ଏଣ୍ଡୋକ୍ରିନୋଲୋଜି ବିଭାଗ ମୁଖ୍ୟ ଓ କାର୍ଡିଓଲୋଜି ବିଭାଗର ଡାକ୍ତର ଅଛନ୍ତି ।

Prashant Jagdev

ସୂଚନା ମୁତାବକ, ଗତ ୨୫ ତାରିଖ ଦିନ ଖୋର୍ଦ୍ଧାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ପ୍ରଶାନ୍ତ ଜଗଦ୍ଦେବ ଏକ ବୁଥରେ ଭୋଟ ଦେବାକୁ ଯାଇଥିବା ବେଳେ ଇଭିଏମ ଭଙ୍ଗାରୁଜା କରିବା ନେଇ ଅଭିଯୋଗ ହୋଇଥିଲା । ସେହିଦିନ ତାଙ୍କୁ ଗିରଫ କରାଯାଇ ବିଳମ୍ବିତ ରାତିରୁ ଖୋର୍ଦ୍ଧା ସବ ଜେଲକୁ ପଠାଯାଇଥିଲା । ଆଜି ଭୋର ପ୍ରାୟ ୪ଟା ସମୟରେ ଜଗଦ୍ଦେବ ଅସୁସ୍ଥ ଅନୁଭବ କରିଥିଲେ ।

ଏହାପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜେଲରୁ କଟକ ଏସସିବି ମେଡିକାଲରେ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଯାଇଛି । ପ୍ରଶାନ୍ତ ସୁଗାର, ହାଇ ବିପି, ସ୍ପାଇନାଲକର୍ଡ ଭଳି ଅନେକ ରୋଗରେ ପୀଡିତ ଥିଲେ । ସେହିଭଳି ନିର୍ବାଚନ ସମୟରେ ଠିକରେ ବିଶ୍ରାମ ନପାଇବା କାରଣରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥିଲା । ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି ଚିକିତ୍ସା ପାଇଁ ପ୍ରଶାନ୍ତଙ୍କ ଓକିଲ ନିବେଦନ କରିଥିଲେ । ଆଜି ଭୋର ସମୟରେ ତାଙ୍କୁ କଟକ ଏସସିବିର ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+