ଜେଲରୁ ବାହାରିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ଜି ଜେଲ୍ରୁ ବାହାରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସୁପ୍ରିମକୋର୍ଟ ଗତକାଲି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଏହାପରେ ସେ ଆଜି ବାଣପୁର ଉପକାରାଗାରରୁ ବାହାରିଛନ୍ତି । ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିଲେ ପ୍ରଶାନ୍ତ ଜଗ
ଭୁବନେଶ୍ବର: ଆଜି ଜେଲ୍ରୁ ବାହାରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସୁପ୍ରିମକୋର୍ଟ ଗତକାଲି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଏହାପରେ ସେ ଆଜି ବାଣପୁର ଉପକାରାଗାରରୁ ବାହାରିଛନ୍ତି । ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିଲେ ପ୍ରଶାନ୍ତ ଜଗଦ୍ଦେବ ।

ସୁପ୍ରିମକୋର୍ଟଙ୍କ ଜାମିନ ସର୍ତ୍ତ ମୁତାବକ , ବର୍ଷେ ପର୍ଯ୍ୟନ୍ତ ପ୍ରଶାନ୍ତ ଜଗଦ୍ଦେବ ଚିଲିକା ନିର୍ବାଚନ ମଣ୍ଡଳୀକୁ ଯିବେ ନାହିଁ । ଜିଲ୍ଲାପାଳଙ୍କ ଅନୁମତି କ୍ରମେ ନିର୍ବାଚନ ମଣ୍ଡଳୀରେ ପ୍ରବେଶ କରି ପାରିବେ । କିନ୍ତୁ ସାଙ୍ଗରେ ପାଞ୍ଚ ଜଣରୁ ଅଧିକ ଲୋକଙ୍କୁ ନେଇ ଯାଇପାରିବେ ନାହିଁ ।
ପ୍ରଥମେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଅନ୍ତରୀଣ ଜାମିନ ପାଇଥିଲେ । ଏହାପରେ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିବା ସହିତ ବାଣପୁର ତଳକୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।












Click it and Unblock the Notifications