ଓସିଏର ନୂଆ ସଭାପତି ଭାବେ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ବବି ଦାସ

ଆନୁଷ୍ଠାନିକ ଭାବେ ଓସିଏରେ ଘୋଷଣା ହେଲା ନିର୍ବାଚନ ଫଳାଫଳ। ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ଓସିଏର ନୂଆ ସଭାପତି ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ।

କଟକ: ଆନୁଷ୍ଠାନିକ ଭାବେ ଓସିଏରେ ଘୋଷଣା ହେଲା ନିର୍ବାଚନ ଫଳାଫଳ । ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ଓସିଏର ନୂଆ ସଭାପତି ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ । ୬ଟି ପଦବୀ ପାଇଁ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ପାର୍ଥୀ। ସଞ୍ଜୟ ବେହେରା ଦ୍ୱିତୀୟ ଥର ଭାବରେ ଓସିଏର ସମ୍ପାଦକ ଭାବରେ ନିଜର ଗାଦି ଅଧିକୃତ କରିଛନ୍ତି। ବିକାଶ ପ୍ରଧାନ ପୁଣି ଥରେ କୋଷାଧକ୍ଷ ପଦ ବଜାୟ ରଖିଛନ୍ତି ।

Pranab Prakash Das

ସଞ୍ଜୟ ବେହେରାଙ୍କ ପ୍ୟାନେଲର ୬ ଜଣ ସଦସ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ଭାବେ ସଂଜୟ ବେହେରା, କୋଷାଧକ୍ଷ ଭାବେ ବିକାଶ ପ୍ରଧାନ, ସହ ସମ୍ପାଦକ ଭାବେ ପ୍ରଭାତ ଭୋଳ ଓ ଆପେକ୍ସ କାଉନସିଲ ସଦସ୍ୟ ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

ଆଗାମୀ ଦିନରେ କିପରି ତୃଣମୂଳ ସ୍ତରରୁ କ୍ରିକେଟର ସୃଷ୍ଟି ହେବେ ତାହା ଉପରେ ଗୁରୁତ୍ୱ ଦିଆଯିବ ଓ ବାରବାଟୀ ଷ୍ଟାଡିଅମର ଆହୁରି ବିକାଶ କରାଯିବ ବୋଲି କହିଛନ୍ତି ସଭାପତି ପ୍ରଣବ ପ୍ରକାଶ ଦାସ । ଏହାସହ ଯେଉଁ ଭିଜନ ୨୦୨୪ ପାଇଁ ରହିଥିଲା ତାହା ଉପରେ ଆହୁରି ଦୃଷ୍ଟି ଦିଆଯିବ। ସମସ୍ତ ଜିଲ୍ଲାର କ୍ରୀଡା ସଂଘର ସହଯୋଗରେ ଆଗକୁ ବଢ଼ିବୁ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+