ଦଳରୁ ନିଲମ୍ବନ ପରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରତିକ୍ରିୟା, କହିଲେ ମୋତେ କାହିଁକି ନିଲମ୍ବନ କରାଗଲା ମୁଁ ଜାଣିନି
ଦଳରୁ ନିଲମ୍ବନ ନେଇ ପ୍ରତିକ୍ରିୟା ରଖିଲେ ବିଧାୟକ ଅରବିନ୍ଦ ମହାପାତ୍ର । କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନଥିବା କହିଲେ ଅରବିନ୍ଦ ।
ବିଜେଡ଼ିରୁ ବିଧାୟକ ଅରବିନ୍ଦ ମହାପାତ୍ର ନିଲମ୍ବନ ଘଟଣାରେ ପ୍ରତିକ୍ରିୟା ରଖିଲେ ଅରବିନ୍ଦ । କାହିଁକି ନିଲମ୍ବନ ହୋଇଛନ୍ତି ଜାଣି ନଥିବା କହି, ଘଟଣା ବିଷୟରେ ଗଣମାଧ୍ୟମରୁ ଜାଣିଥିବା କହିଲେ ଅରବିନ୍ଦ ।

ସେ କହିଛନ୍ତି, ମୋତେ କାହିଁକି ନିଲମ୍ବନ କରାଗଲା ମୁଁ ଜାଣିନି । ଦଳ ତରଫରୁ ଏପର୍ଯ୍ୟନ୍ତ ମୋତେ କିଛି ସୂଚନା ଦିଆ ଯାଇନାହିଁ । ନିଲମ୍ବନ ବିଷୟରେ ସାମାଜିକ ଗଣମାଧ୍ୟମରୁ ଜାଣିଲି । ଦଳକୁ ଅସୁବିଧାରେ ପକାଇଲା ଭଳି କୌଣସି କାର୍ଯ୍ୟ କରିନାହିଁ । ମୁଁ ମୋ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ପାଇଁ କାମ କରୁଥିଲି । ମେଳି ବାବଦରେ ଉତ୍ତର ରଖି କହିଛନ୍ତି ଯେ, ମୁଁ କୌଣସି ମେଳିକୁ କିମ୍ବା ଭୋଜିକୁ ଯାଇନାହିଁ ।












Click it and Unblock the Notifications