ବିଧାୟକ ଓ ସାଂସଦଙ୍କ ସମ୍ମିଳନୀ : ସ୍ୱଚ୍ଛ ଏବଂ ଜନକଲ୍ୟାଣକାରୀ ଶାସନର ଯୁଗ ଆରମ୍ଭ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆତଙ୍କବାଦ ବିରୋଧରେ ଅପରେସନ ସିନ୍ଦୁରର ସଫଳତା ପାଇଁ ଭାରତର ସେନା ବାହିନୀକୁ ସଲାମ କରୁଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୃଢ ନେତୃତ୍ୱ ପାଇଁ ଅଭିନନ୍ଦନ ଜଣାଉଛି । ମୋଦୀଜୀଙ୍କ ଦୃଢ ନେତୃତ୍ୱରେ ଭାରତ ଆଜି ସାରା ବିଶ୍ୱରେ ଆତଙ୍କବାଦ ବିରୋଧରେ ଲଢେଇ କରୁଥିବା ସବୁଠାରୁ ଅଗ୍ରଣୀଦେଶ ଭାବେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ବିଧାୟକ ଓ ସାଂସଦଙ୍କ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଗତ ଏକ ବର୍ଷର ଯାତ୍ରା ଏକ ସ୍ପଷ୍ଟ ଜନାଦେଶ ଏବଂ ଦୃଢ଼ ପ୍ରତିବଦ୍ଧତା ସହିତ ଆରମ୍ଭ ହୋଇଥିଲା। ଏକ ସ୍ୱଚ୍ଛ, ଉତ୍ତରଦାୟୀ ଏବଂ ଜନକଲ୍ୟାଣକାରୀ ଶାସନର ନୂତନ ଯୁଗ ଆରମ୍ଭ ହୋଇପାରିଛି। କ୍ଷେତରେ ଚାଷୀଙ୍କ ଠାରୁ ଆରମ୍ଭ କରି ଗାଁର କାରିଗର, ଶ୍ରେଣୀ ଗୃହରେ ଛାତ୍ରଙ୍କ ଠାରୁ ଆରମ୍ଭ କରି ଉଦ୍ୟୋଗୀ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ କରିବା ପାଇଁ ଆମେ ପ୍ରତିଶ୍ରୁତି ଦେଇଥିଲୁ। ଆମର ପ୍ରତିଶୃତିଗୁଡ଼ିକୁ ବାସ୍ତବତାରେ ପରିଣତ କରିଛୁ।

MLA and MPs conference

ଶାସନଭାର ସମ୍ଭାଳିବା ସହିତ ଆସିଥିଲା ଏକ ଗୁରୁ ଦାୟିତ୍ଵ। ଓଡିଶାର ସାଢେ ଚାରିକୋଟି ଜନତା ଯେଉଁ ଆଶା ଓ ଆକାଂକ୍ଷା ସହିତ ଏକ ବିକଳ୍ପ ବାଛିଥିଲେ, ତାହା ପୂରଣ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଥିଲା। ଆମର ପ୍ରତିଶୃତି, ଲୋକଙ୍କ ଆଶା, ରାଜ୍ୟର ସମ୍ବଳ ସବୁକୁ ବିଚାର କରି କେବଳ ଗୋଟିଏ ବର୍ଷ ନୁହେଁ, 'ସମୃଦ୍ଧ ଓଡିଶା' ପାଇଁ ଯୋଜନା ପ୍ରସ୍ତୁତ କରିଥିଲୁ। ଏହି ଯୋଜନାରେ ଥିଲା ଚାରିଗୋଟି ସ୍ତମ୍ଭ, 'ଜୀବନ ଜୀବିକା, ଭିତ୍ତିଭୂମି, ସାମାଜିକ ସୁରକ୍ଷା ଓ ସମାଜ କଲ୍ୟାଣ ତଥା ଓଡିଆ ଅସ୍ମିତା'। ଏହି ଭାବ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ପ୍ରଥମ ବଜେଟରେ ପ୍ରତିଫଳିତ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ବୈଠକରେ ବାଚସ୍ପତି ସୁରମା ପାଢ଼ୀ , ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟଗଣ, ରାଜ୍ୟ ସାଂସଦଗଣ ଓ ବିଧାୟକଗଣ ଉପସ୍ଥିତ ରହି ଏକ ବର୍ଷର ସଫଳତା ଓ ଭବିଷ୍ୟତ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+