ମିଶନ ଶକ୍ତି ମହିଳାଙ୍କୁ ଶାଢ଼ୀ ସହ ଡୋକ୍ରାରେ ତିଆରି ଲୋଗୋ ପ୍ରଦାନ
ଭୁବନେଶ୍ୱର: ମିଶନ ଶକ୍ତି ମହିଳାଙ୍କୁ ଟାଟା ପାୱାର ପକ୍ଷରୁ ଡ୍ରେସ କୋଡ଼ ବାବଦରେ ୫ ହଜାର ମାଣିଆ ବନ୍ଧ ଶାଢୀ ଓ ଢେଙ୍କାନାଳର ଡୋକ୍ରାରେ ତିଆରି ଲୋଗୋ ପ୍ରଦାନ କରାଯାଇଛି । ଗତ ୨ ବର୍ଷ ହେବ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଟାଟା ପାୱାର ପକ୍ଷରୁବିଲ ଆଦାୟ କରୁଛନ୍ତି । ଏବେ ଏକା ରଙ୍ଗର ଶାଢୀ ପନ୍ଧି ବିଲ ସଂଗ୍ରହ କରିବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ । ଆଜି ଲୋକସେବା ଭବନର କନଭେନସନ ସେଣ୍ଟରର ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଏହି ଲୋଗୋ ଓ ଡ୍ରେସକୋଡ ଉନ୍ମୋଚନ କରିବା ସହ ମହିଳାମାନଙ୍କୁ ପ୍ରଦାନ କରିଥିଲେ । ଏଥିପାଇଁ ମହିଳାମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବା ପାଇଁ ମିଳିଥିଲା ।

This #NationalHandloomDay as part of #TPCODL’s women empowerment initiative, we are proud to join hands with @EnergyOdisha,@mission_shakti and @TataTrusts to honour our Abha Shakti(Women SHG) with Odia hand-woven sarees & Dhokra badges created by local artisans. #WomenEmpowerment pic.twitter.com/0vtlPeOIOK
— TP Central Odisha Distribution Ltd (@TPCentralOdisha) August 6, 2022
ଖୋର୍ଦ୍ଧା, କଟକ,ନୟାଗଡ,,ପୁରୀ, ଢେଙ୍କାନାଳ,କେନ୍ଦ୍ରାପଡା, ଅନୁଗୁଳ,ଜଗତସିଂହପୁର ଜିଲ୍ଲାରେ ଏହି ମହିଳା ମାନେ କାମ କରୁଛନ୍ତି । ଆଜିର କାର୍ଯ୍ୟକ୍ରମରେ ମହିଳାଙ୍କୁ ଶାଢ଼ି ସହ ଲୋଗୋ ମଧ୍ୟ ପ୍ରଦାନ କରାଯାଇଛି । ତେବେ ମହିଳାଙ୍କ ପାଇଁ ମାଣିଆବନ୍ଧରେ ସ୍ୱତନ୍ତ୍ର ଶାଢ଼ି ତିଆରି କରାଯିବା ସହ ଢେଙ୍କାନାଳ ଡୋକ୍ରାରେ ତିଆରି ଲୋଗୋ ପ୍ରଦାନ କରାଯାଇଛି ।












Click it and Unblock the Notifications