Get Updates
Get notified of breaking news, exclusive insights, and must-see stories!

ରାଜ୍ୟ ବଜେଟରେ ‘ମିଶନ ଶକ୍ତି ସ୍କୁଟର’ ଯୋଜନା: ମିଶନ ଶକ୍ତି ମା’ମାନଙ୍କୁ ମିଳିବ ସ୍କୁଟି, ଖର୍ଚ୍ଚ ହେବ ୫୦ କୋଟି

ମିଶନ ଶକ୍ତି ମା’ମାନଙ୍କ ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ୨ହଜାର ୫ଶହ ୫୪ କୋଟି ବ୍ୟୟବରାଦ କରାଯାଇଛି । ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା ପ୍ରସ୍ତାବ ରଖାଯାଇଛି ।

Odisha Budget 2023

ଭୁବନେଶ୍ୱର: ଆଜି ବିଧାନସଭାରେ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥର ବଜେଟର ମୋଟ୍ ୨ ଲକ୍ଷ ୩୦ ହଜାର କୋଟି ବ୍ୟୟ ଅଟକଳ ହୋଇଛି । ଏହି ବଜେଟରେ ମିଶନ ଶକ୍ତିକୁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି । ମିଶନ ଶକ୍ତି ମା'ମାନଙ୍କ ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ୨ହଜାର ୫ଶହ ୫୪ କୋଟି ବ୍ୟୟବରାଦ କରାଯାଇଛି । ଆସନ୍ତା ୫ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ୧୦ହଜାର କୋଟି ଟଙ୍କାର ବ୍ୟବସାୟ ସହାୟତା ଯୋଗାଇବା ପାଇଁ ବ୍ୟୟ ବରାଦ କରାଯାଇଛି ।

ତେବେ ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା ପ୍ରସ୍ତାବ ରଖାଯାଇଛି । କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଏବଂ ଇସି ସଦସ୍ୟାମାନଙ୍କ ପାଇଁ ବୈଦ୍ୟୁତିକ ସ୍କୁଟର ପାଇଁ ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି । ଏଥିପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୫୦କୋଟି ଟଙ୍କାର ବଜେଟ୍‌ ଆବଣ୍ଟନ ପ୍ରସ୍ତାବ ରଖାଯାଇଛି ।

ତେବେ ଚଳିତ ବର୍ଷ ମିଶନ ଶକ୍ତି ବଜେଟରେ ଗତ ଆର୍ଥିକ ବର୍ଷର ବ୍ୟୟ ବରାଦଠାରୁ ୨୭ ପ୍ରତିଶତ ବୃଦ୍ଧି ପାଇଛି । ଏହି ବଜେଟରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧିନରେ ୯ ଶହ ୯୬ କୋଟି ଟଙ୍କା, ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧିନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ତାଙ୍କର ମହାସଂଘ ପାଇଁ ଆର୍ଥିକ ସହାୟତା ବାବଦରେ ୯ ଶହ ୮୯ କୋଟି ଟଙ୍କା, ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୩ଶହ ୨୦ କୋଟି ଟଙ୍କା, ଜିଲ୍ଲା ମାନଙ୍କରେ କ୍ଷୁଦ୍ର ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ ପାଇଁ ୧ ଶହ ୫୦ କୋଟି ଟଙ୍କା ଓବଂ ଏସଏଚଜିଙ୍କୁ ସୁଧ ରିହାତି ବାବଦରେ ୨ ଶହ ୨୦ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି ।

ମହିଳା ଓ ଶିଶୁ ବିକାଶ ପାଇଁ ୩ ହଜାର ୬ ଶହ ୭୦କୋଟି

୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍‌ରେ ମହିଳା ଓ ଶିଶୁ ବିକାଶ ସମ୍ବନ୍ଧୀୟ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ୩ହଜାର ୬ଶହ ୭୦ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରଖାଯାଇଛି । ଆର୍ଶିବାଦ ଯୋଜନାରେ ୫୨କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରଖାଯାଇଛି । ମମତା ଯୋଜନା ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୨ଶହ ୫୦ କୋଟି ଟଙ୍କା ପାଣ୍ଠି ଯୋଗାଇବାର ପ୍ରସ୍ତାବ ଦିଆଯାଇଛି । ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନା ଅଧୀନରେ ପ୍ରାକ ବିଦ୍ୟାଳୟରେ ଶିକ୍ଷାଗତ ଶିଶୁମାନଙ୍କୁ ଦୁଇହଳ ୟୁନିଫର୍ମ, ଗୋଟିଏ ହଳ ଜୋତା ଓ ଗୋଟିଏ ସ୍ୱେଟର ବଣ୍ଟନ କରିବା ପାଇଁ ୯୧ କୋଟି ଟଙ୍କା ବ୍ୟୟ ବ୍ୟରାଦ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+