ମିଶନ ଶକ୍ତି ପୁନର୍ଗଠନ ନିଶ୍ଚିତ ହେବ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ମିଶନ ଶକ୍ତି ପୁନର୍ଗଠନ ନିଶ୍ଚିତ ହେବ। କିଛି ସମୟ ବିଳମ୍ବ ହେଇପାରେ, କିନ୍ତୁ ଗାଁରେ ମହିଳାମାନେ ମନ ବନାଇ ନିଅନ୍ତୁ ଯେ SHG ପୁନର୍ଗଠନ ସୁନିଶ୍ଚିତ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବର୍ତ୍ତମାନ ସୁଦ୍ଧା 15 ଲକ୍ଷ ମହିଳା ଲକ୍ଷପତି ହୋଇସାରିଲେଣି ।

ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନଶକ୍ତି ପୁନର୍ଗଠନ ନେଇ ନିଆଯାଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ଅଙ୍କୁଶ ଲାଗିଛି। ଚଳିତମାସ ୧୭ରେ ଏ ସଂକ୍ରାନ୍ତୀୟ ଏକ ଆବେଦନର ବିଚାରକରି ହାଇକୋର୍ଟ ବିଚାରପତି ଶଶିକାନ୍ତ ମିଶ୍ର ରାଜ୍ୟ ସରକାରଙ୍କ ମିଶନ ଶକ୍ତି ପୁନର୍ଗଠନ ସମ୍ପର୍କିତ ବିଜ୍ଞପ୍ତି ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅଙ୍କୁଶ ଲଗାଇଛନ୍ତି। ଏହାସହିତ ରାଜ୍ୟ ସରକାରଙ୍କ ମିଶନଶକ୍ତି ବିଭାଗକୁ ଏନେଇ କାଉଣ୍ଟର ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମେ' ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।
ସୂଚନାଯୋଗ୍ୟ, ଜାନୁଆରୀ ୨୨ରେ ରାଜ୍ୟ ସରକାରଙ୍କ ମିଶନଶକ୍ତି ବିଭାଗ ପକ୍ଷରୁ ମିଶନଶକ୍ତି ପୁନର୍ଗଠନ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଥିଲା। ସେଥିରେ ରାଜ୍ୟ ସରକାର ପଞ୍ଚାୟତସ୍ତରରୁ ଜିଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ କମିଟିର ପୁନର୍ଗଠନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେଥିରେ ଦୁଇଥରରୁ ଅଧିକ ସମୟ ଧରି ଥିବା କାର୍ଯ୍ୟକାରୀ ସଦସ୍ୟ ଉକ୍ତ ପଦରେ ରହିପାରିବେ ନାହିଁ। ଏହାସହିତ ଗୋଟିଏ ପରିବାରର ୨ଜଣ ସଦସ୍ୟ ମଧ୍ୟ କମିଟିରେ ନ ରହିବା ଭଳି କଟକଣା ରହିଥିଲା। ଏହାକୁ ନେଇ ଦିବ୍ୟଜ୍ୟୋତି ପ୍ରତିଭା ମିଶନଶକ୍ତି ଫେଡେରେଶନ ପକ୍ଷରୁ ହାଇକୋର୍ଟଙ୍କୁ ଗୁହାରି କରାଯାଇଥିଲା।












Click it and Unblock the Notifications