Get Updates
Get notified of breaking news, exclusive insights, and must-see stories!

ମିଶନ ଶକ୍ତି: 5 ବର୍ଷରେ ଖର୍ଚ୍ଚ ହେବ 4973.39 କୋଟି

ରାଜ୍ୟ କ୍ୟାବିନେଟ ବୈଠକରେ ମିଶନ ଶକ୍ତି ପାଇଁ ବଡ ନିଷ୍ପତ୍ତି ନିଆଯାଇଛି । "ମିଶନ ଶକ୍ତି" ଯୋଜନା ପାଇଁ ଆଗାମୀ 5 ବର୍ଷ ଯାଏଁ ଅର୍ଥାତ୍ ଆର୍ଥିକ ବର୍ଷ 2022-23 ଠାରୁ 2026-27 ପର୍ଯ୍ୟନ୍ତ ବଜେଟରେ 4973.39 କୋଟି ଟଙ୍କା ଅନୁମୋଦନ କରାଯାଇଛି ।

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ବୈଠକରେ ମିଶନ ଶକ୍ତି ପାଇଁ ବଡ ନିଷ୍ପତ୍ତି ନିଆଯାଇଛି । "ମିଶନ ଶକ୍ତି" ଯୋଜନା ପାଇଁ ଆଗାମୀ 5 ବର୍ଷ ଯାଏଁ ଅର୍ଥାତ୍ ଆର୍ଥିକ ବର୍ଷ 2022-23 ଠାରୁ 2026-27 ପର୍ଯ୍ୟନ୍ତ ବଜେଟରେ 4973.39 କୋଟି ଟଙ୍କା ଅନୁମୋଦନ କରାଯାଇଛି ।ମହିଳା ନେତୃତ୍ବାଧୀନ ଏହି ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କର ସାମାଜିକ ତଥା ଅର୍ଥନୈତିକ ସଶକ୍ତିକରଣ ତଥା ଅଭିବୃଦ୍ଧି ପାଇଁ ସମର୍ପିତ ଏହି ଐତିହାସିକ ନିଷ୍ପତ୍ତି, ରାଜ୍ୟର ଗ୍ରାମ ତଥା ସହରାଞ୍ଚଳମାନଙ୍କରେ ମିଶନ ଶକ୍ତିର ଏହି ନୀରବ ବିପ୍ଳବକୁ ଆହୁରି ମଜବୁତ କରିବ ।

mission shakti

ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି:
* ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଏବଂ ଏହି ଆନ୍ଦୋଳନର ପ୍ରସାରଣ ।

* ସାରା ରାଜ୍ୟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ତାଙ୍କର ମହାସଂଘଗୁଡିକର ସଶକ୍ତିକରଣ ।

* ଆନୁଷ୍ଠାନିକ ଦକ୍ଷତା ବିକାଶ, ରାଜ୍ୟରେ ପ୍ରତ୍ୟେକ ସ୍ତରରେ କ୍ଷମତା ଏବଂ ଦକ୍ଷତା ବୃଦ୍ଧି ।

* ଆର୍ଥିକ ଅନ୍ତର୍ଭୁକ୍ତିକରଣ

* ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘଙ୍କ ପାଇଁ ମିଶନ ଶକ୍ତି ଗୃହ, ବ୍ଲକ୍ ମିଶନ ଶକ୍ତି ଭବନ ଓ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଭବନର ଭିତ୍ତିଭୂମି ଯୋଗାଣ

* ମିଶନ ଶକ୍ତି ବଜାର ଏବଂ ଇ କମର୍ସ୍ ପ୍ଲାଟଫର୍ମ ପାଇଁ ବିକ୍ରୟ ବ୍ୟବସ୍ଥା ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କର ଜୀବିକା କାର୍ଯ୍ୟକଳାପକୁ ମଜବୁତ କରିବା ପାଇଁ ଅନ୍ୟ ବିଭାଗ ମାନଙ୍କ ସହିତ ସହଭାଗିତା ।

ଆଗାମୀ 5 ବର୍ଷ ମଧ୍ୟରେ ମିଶନ ଶକ୍ତି ଯୋଜନା ମାଧ୍ୟମରେ ହାତକୁ ନିଆଯାଉଥିବା ବିଭିନ୍ନ ବିଭିନ୍ନ କାର୍ଯ୍ୟକ୍ରମ:

* ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ 50,000 କୋଟି ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା ।

* ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ 1,200 କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ।

* ସାରା ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ ସାମଗ୍ରୀର ବିକ୍ରି କରିବା ପାଇଁ 5ଶହଟି ମିଶନ ଶକ୍ତି ବଜାର ଓ ଆଉଟଲେଟ୍ ସ୍ଥାପନ ।

* ପ୍ରାୟ 35 ରୁ 40 ଲକ୍ଷ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଜୀବିକା ନିର୍ବାହ ଏବଂ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅଧୀନରେ ତାଲିମ ।

* ପ୍ରତ୍ୟେକ ଜିଲ୍ଲା, ବ୍ଲକ, ପଞ୍ଚାୟତ ଏବଂ ସହରୀ ୱାର୍ଡରେ ମିଶନ୍ ଶକ୍ତି ଗୃହ ବା ଭବନର ବ୍ୟବସ୍ଥା ।

2001ରେ ଆରମ୍ଭ କରାଯାଇଥିବା ମିଶନ ଶକ୍ତି ଯୋଜନା ଆଜି ଏକ ବଡ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି । ଯୁଗାନ୍ତକାରୀ ପଦକ୍ଷେପ ଦ୍ବାରା ଆଗାମୀ 5 ବର୍ଷରେ ସରକାରୀ ବିଭାଗମାନଙ୍କ ସହିତ ଦ୍ରବ୍ୟ ଓ ସେବା ଯୋଗାଣ ମାଧ୍ୟମରେ 5ହଜାର କୋଟି ଟଙ୍କାର ବ୍ୟବସାୟ ସ୍ବୟଂ ସହାୟକ ଗୋଷ୍ଠୀମାନେ ପାଇପାରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+