ସିକ୍କିମ୍‌ରେ ଏବେବି ମିଳୁନି ନିଖୋଜ ଓଡ଼ିଆଙ୍କ ପତ୍ତା

ସିକ୍କିମର ତିସ୍ତା ନଦୀରେ ନିଖୋଜ ଓଡିଆ ମହିଳା ତଥା ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ସହ ଅନ୍ୟ ନିକୋଜ ବ୍ୟକ୍ତିମାନଙ୍କର ମୋବାଇଲ୍‌ ଫୋନ୍‌କୁ ତିସ୍ତା ନଦୀରୁ ଉଦ୍ଧାର କରାଯାଇଛି । ତଲାସୀ ଅଭିଯା ଚଳାଇଥିବା ଇଦ୍ଧାରକାରୀ ଦଳ ୬ଟି ମୋବାଇଲ୍‌ ଫୋନ୍‌ ସହ ଏହି ପର୍ଯ୍ୟଟକମାନଙ୍କର ବ୍ୟାଗକୁ ନଦୀରୁ ଉଦ୍ଧାର କରିଛନ୍ତି । ନିଖୋଜ ଥିବା ପର୍ଯ୍ୟଟକମାନଙ୍କର କୌଣସି ଖୋଜ ଖବର ମିଳି ନାହିଁ । ଉତ୍ତର ସିକ୍କିମର ମୁନସ୍ତିଙ୍ଗ ନିକଟରେ ସେମାନଙ୍କର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୧୦୦୦ ଫୁଟ୍‌ ତଳକୁ ଖସି ପଡିଥିଲା । ଏହା ତିସ୍ତା ନଦୀ ଗର୍ଭକୁ ଖସିଥିଲା । ଇତିଶ୍ରୀଙ୍କ ପୁଅ ଓ ପୁତରାଙ୍କୁ ଉଦ୍ଧାର କରାଯାଇଥିଲା ।

Missing Odia

ଯାଜପୁର ରୋଡ ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ପରିବାର ସହ ସିକ୍କିମ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣାର ଶୀକାର ହୋଇ ନିଖୋଜ ଅଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଓଡ଼ିଶାର ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଏକ ସ୍ୱତନ୍ତ୍ର ଟିମ୍‍ ଯିବାକୁ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଇତିଶ୍ରୀଙ୍କ ସମେତ ୮ ଜଣ ନିଖୋଜ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+