ନିଖୋଜ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ଏବେ ଯାଏଁ ପତ୍ତା ମିଳୁନି; ପରିବାର ୪ ଜଣ ନିଖୋଜ

ନିଖୋଜ ବିଜେପି ନେତ୍ରୀଙ୍କ ଏବେ ଯାଏଁ ପତ୍ତା ମିଳୁନି । ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ସହ ପରିବାର ୪ ଜଣ ନିଖୋଜ । ଇତିଶ୍ରୀଙ୍କ ସହ ତାଙ୍କ ବଡ଼ପୁଅ, ଭାଇଭାଉଜ ନିଖୋଜ ରହିଛନ୍ତି । ଉଦ୍ଧାର କାର୍ଯ୍ୟରେ ଓଡ଼ିଶାର ଏକ ରେସକ୍ୟୁ ଟିମ୍‌ ସାମିଲ ରହିଛି।

Missing BJP leader Itishree Jena still missing

ଗୁରୁବାର ସିକ୍କିମର ହିଲ ଟପ୍‌କୁ ବୁଲିବାକୁ ଯାଇଥିଲେ ଇତିଶ୍ରୀ । ଗାଡ଼ି ଭାରସାମ୍ୟ ହରାଇ ହଜାରେ ଫୁଟ୍‌ ତଳ ତିସ୍ତା ନଦୀକୁ ଖସିଥିଲା।

କ୍କିମରେ ଟୁରିଷ୍ଟ ଗାଡ଼ି ଟ୍ରାଜେଡି ଘଟଣା। ସିକ୍କିମରେ ପହଞ୍ଚିଲେ ଓଡ଼ିଶାରୁ ଯାଇଥିବା ୨ ବରିଷ୍ଠ ଅଧିକାରୀଙ୍କ ଟିମ୍। ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ୨ ଓଡ଼ିଆ ନାବାଳକ ଏବେ ଗ୍ୟାଙ୍ଗଟକ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେଠାରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଛନ୍ତି ଓଡ଼ିଶାରୁ ଯାଇଥିବା ଏହି ଟିମ୍। ସିକ୍କିମ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ଓ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ପରିବହନ ବିଭାଗର ଦୁଇ ବରିଷ୍ଠ ଅଧିକାରୀ ଗ୍ୟାଙ୍ଗଟକରେ ପହଞ୍ଚିଛନ୍ତି । ସେମାନେ ହେଲେ ଅତିରିକ୍ତ ପରିବହନ କମିଶନର ଦିପ୍ତୀରଞ୍ଜନ ପାତ୍ର ଓ ଯୁଗ୍ମ ପରିବହନ କମିଶନର ବିକାଶ ଚୌଧୁରୀ । ଉଦ୍ଧାର ହୋଇଥିବା ଦୁଇ ଜଣ ଯାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଉତ୍ତର ସିକ୍କିମର ମଙ୍ଗନ ଜିଲ୍ଲା ଚୁବୋମ୍ବୁ ନିକଟରେ ହଜାରେ ଫୁଟ୍ ତଳକୁ ତୀସ୍ତା ନଦୀରେ ଖସିପଡ଼ିଥିଲା ୧୧ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଗାଡ଼ି। ସେଥିରେ ଥିଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନାଙ୍କ ସମେତ ଯାଜପୁର ରୋଡ ଉମାପଦାରୁ ଯାଇଥିବା ୬ ଓଡ଼ିଆ ପର୍ଯ୍ୟଟକ। ସମସ୍ତେ ଗୋଟିଏ ପରିବାରର । ସେମାନଙ୍କ ମଧ୍ୟରୁ ୨ ନାବାଳକ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ, ଇତିଶ୍ରୀଙ୍କ ସମେତ ବାକି ୪ ଜଣ ଏବେବି ନିଖୋଜ ଅଛନ୍ତି। ଗତକାଲି ଭୋର ସମୟରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ଇତିଶ୍ରୀଙ୍କ ସାନପୁଅ ସାଇରାଜ ଜେନା ଏବଂ ପୁତୁରା ସ୍ୱୟଂ ସୁପ୍ରତିମ ନାୟକ। ଘଟଣାସ୍ଥଳରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ, ଯେତେ ଖୋଜାଖୋଜି କଲେ ମଧ୍ୟ ଅନ୍ୟମାନଙ୍କ ପତ୍ତା ମିଳିପାରିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+