Get Updates
Get notified of breaking news, exclusive insights, and must-see stories!

ଏଟିଏମ୍‌ ମେସିନ୍‌ ତାଡ଼ି ନେଇଗଲେ ଦୁର୍ବୃତ୍ତ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌

ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ତାଡି ନେଇଯାଇଥିବା ଜଣାପଡିଛି । ଏହି ଘଟଣା ଶୁକ୍ରବାର ସକାଳୁ ଜଣାପଡିଲା ପର ଖବର ପାଇ ବିଞ୍ଝାରପୁର ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ଘଟଣାସ୍ଥଳରେ ପହିଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ATM

ପୂର୍ବରୁ ମେସିନ ତାଡି ଟଙ୍କା ନେଇଯାଉଥିବା ଦେଖାଯାଉଥିବା ବେଳେ ବର୍ତ୍ତମାନ ଟଙ୍କା ସହ ମେସିନ ନେଇ ଚାଲିଯାଇଛନ୍ତି ଦୁର୍ବୃତ୍ତ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଦେଖିବାକୁ ମିଳିଛି । ତେବେ ଏଟିଏମରେ କେତେ ଟଙ୍କା ଥିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ଏଟିଏମ ପାଖରେ ଏକ ଅଟୋ ମଧ୍ୟ ଚୋରି ହୋଇଥିବା ଚର୍ଚ୍ଚା ହେଉଛି । ଏଟିଏମ ମେସିନ ସେଥିରେ ଚୋରି କରି ନେଇଥିବା କଥା କୁହାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ସତ୍ୟ ସାମ୍ନାକୁ ଆସିପାରିବ । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ତେବେ ଲୁଟେରାଙ୍କୁ ଗିରଫ କରିବାରେ ପୋଲିସ କେତେଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+