ଭୁବନେଶ୍ବର ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ
ଭୁବନେଶ୍ୱର ସରକାନ୍ତରାରେ ଗୁଳି ମାରି ହତ୍ୟା । ଏମ୍ସରେ କାମ କରୁଥିବା ସୁଧାଂଶୁ ଖୁଣ୍ଟିଆଙ୍କ ଉପରେ ଦୁର୍ବୃତ୍ତ ମାରିଲା ଗୁଳି । ସ୍କୁଟିରେ ଦୁର୍ବୃତ୍ତ ଆସି ଗୁଳି ମାରିଥିବା ସୂଚନା । ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ପରେ ମୃତ୍ୟୁ ଘୋଷଣା । ତେବେ ଜଣେ ଦୁର୍ବୃତ୍ତ ଥିବା ସୂଚନା ମିଳିଛି । ସୂଚନାମୁତାବକ, ସକାଳୁ ସକାଳୁ ଏମ୍ସରୁ କାମସାରି ଫେରୁଥିଲେ ସୁଧାଂଶୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା କୁହାଯାଉଛି ।

ରାଜ୍ୟରେ ବଢିଚାଲିଛି ଅପରାଧ । ଦିନ ଦିପ୍ରହରରେ କରାଯାଉଛି ହତ୍ୟା । ଆଉ ଅପରାଧ ଘଟାଇ ଖୁଲମଖୁଲା ବୁଲୁଛନ୍ତି ଅପରାଧି। ଟେର୍ ପାଉନି ପୁଲିସ୍ । ଏହି କିଛି ଦିନ ପୂର୍ବରୁ ବ୍ରହ୍ମପୁରରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଥିଲା। ଗତ ୬ ତାରିଖ ରାତି ପାଖାପାଖି ୧୦ଟା ବେଳେ ସ୍କୁଟିରେ ଘରକୁ ଫେରୁଥିଲେ ପୀତବାସ। ଘର ପାଖରେ ପହଞ୍ଚିଲା ବେଳକୁ ଛକି ରହିଥିବା ଦୁର୍ବୃତ୍ତ ତାଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି ମାରିଥିଲେ । ୨ ରାଉଣ୍ଡ ଗୁଳି ସିଧା ତାଙ୍କ ଛାତିରେ ଗଳି ଯାଇଥିଲା । ଆଉ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଅପରାଧି । ଆଜି ଏହି ମାମଲାରେ ପୁଲିସ ପୁଣି ୨ କୁଖ୍ୟାତ ଅପରାଧୀଙ୍କୁ ଉଠାଇ ଆଣିଛି । ପୁରୁଣା ହତ୍ୟା ମାମଲାରେ ଜଡ଼ିତ ୨ ଜଣଙ୍କୁ ଆଣି ପଚରାଉଚରା ଚାଲିଛି ।












Click it and Unblock the Notifications