ବନ୍ଦେ ଭାରତ ଟ୍ରେନ୍କୁ ଢେଲା ମାଡ଼ କଲେ ଦୁର୍ବୃତ୍ତ, ଦୁଇଟି ବଗିର ଭାଙ୍ଗିଲା କାଚ
ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଢ଼େଲାମାଡ଼। ବନ୍ଦେ ଭାରତ ଟ୍ରେନକୁ ଢେଲାମାଡ କଲେ ଦୁର୍ବୃତ୍ତ। ପୂର୍ବରୁ ମଧ୍ୟ ନିକଟରେ ବନ୍ଦେ ଭାରତ ଟ୍ରେନ ଉପରେ ଆକ୍ରମଣ ହୋଇଥିଲା। ଯେଉଁଥିରେ ଟ୍ରେନର କାଚ ମଧ୍ୟ ଭାଙ୍ଗି ଯାଇଥିଲା।

ଆଉ ଏବେ ପୁଣିଥରେ ବନ୍ଦେ ଭାରତ ଟ୍ରେନ ଉପରେ ଢ଼େଲା ମାଡ଼ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ସମୟରେ ଢେଲା ମାଡ଼ ହୋଇଥିବା କୁହାଯାଉଛି। କଲୁଙ୍ଗା ରେଳ ଷ୍ଟେସନରେ ୨ଟି ବଗିକୁ କେହି ଢ଼େଲା ମାଡ଼ କରିଥିବା ସୂଚନା ମିଳିଛି।
ତେବେ ଏହି ଆକ୍ରମଣରେ ୨ଟି ବଗିର କାଚ ଭାଙ୍ଗି ଚୁରମାର ହୋଇଯାଇଛି। ହେଲେ ଦୁର୍ବୃତ୍ତଙ୍କ ଏହି ଆକ୍ରମଣରେ କାହାରି କିଛି କ୍ଷତି ହୋଇନାହିଁ। ହେଲେ କିଏ ଏବଂ କାହିଁକି ଢେଲା ମାଡ଼ କରିଛି ତାର କୌଣସି ସୁରାକ ମିଳି ପାରିନାହିଁ।












Click it and Unblock the Notifications