ରାଜଧାନୀରେ ଲୁଟ, ମର୍ଣ୍ଣିଂ ୱାକ୍ ବେଳେ ମହିଳାଙ୍କ ବେକରେ କଟୁରୀ ଲଗାଇ ନେଇଗଲେ ସୁନା ଚେନ୍
ଘଟଣା ଘଟିଛି ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ । ମର୍ଣ୍ଣିଂ ୱାକ୍ ବେଳେ ମହିଳାଙ୍କ ବେକରେ କଟୁରୀ ଲଗାଇ ଝାମ୍ପି ନେଲେ ସୁନା ଚେନ୍। ଝାରପଡ଼ା ଜେଲ୍ ସାମ୍ନା ରୋଡ୍ରେ ଏହି ଘଟଣା ଘଟିଛି।
ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେଣି ଲୁଟେରା । ସକାଳୁ ସକାଳୁ ରାଜଧାନୀ ରାଜ ରାସ୍ତରେ ଲୁଟ କଲେ ଦୁର୍ବୃତ୍ତ । ଘଟଣା ଘଟିଛି ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ । ମର୍ଣ୍ଣିଂ ୱାକ୍ ବେଳେ ମହିଳାଙ୍କ ବେକରେ କଟୁରୀ ଲଗାଇ ଝାମ୍ପି ନେଲେ ସୁନା ଚେନ୍। ଝାରପଡ଼ା ଜେଲ୍ ସାମ୍ନା ରୋଡ୍ରେ ଏହି ଘଟଣା ଘଟିଛି।

ଲୁଟ୍ର ଶିକାର ହୋଇଥିବା ମହିଳାଙ୍କ ନାଁ ମନୋରମା ସାହୁ। ସେ ଶାନ୍ତି ନଗରରେ ରୁହନ୍ତି। ତାଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ୭ଟା ବେଳେ ସେ ମର୍ଣ୍ଣିଂ ୱାକ୍ ସାରି ଫେରୁଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ବେକରେ କଟୁରୀ ଲଗାଇ ଚେନ୍ ଦେବାକୁ ଧମକାଇ ଥିଲେ । ଏହା ପରେ ତାଙ୍କୁ ତଳେ ପକାଇ ଚେନ୍ ଛିଣ୍ଡାଇ ଦେଇଥିଲା। ସେ ପାଟି କରିଥିଲେ। ତେବେ ଲୋକେ ତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।
ସୂଚନା ପାଇ ଲକ୍ଷ୍ମୀ ସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତା'ସହିତ ପାଖରେ ଥିବା ସିସିଟିଭି ଫୁଟେଜ୍କୁ ଯାଞ୍ଚ କରୁଛି।












Click it and Unblock the Notifications