ଏମ୍ସରେ ଅସଦାଚରଣ! ନର୍ସିଂ ଅଫିସରଙ୍କ ବିରୋଧରେ ମହିଳା କର୍ମଚାରୀଙ୍କ ଅଭିଯୋଗ
ଭୁବନେଶ୍ୱର ଏମ୍ସରୁ ସମ୍ନାକୁ ଆସିଛି ଅସଦାଚରଣର ଅଭିଯୋଗ । ନର୍ସିଂ ଅଫିସର ନାନୁରାମ ଚୌଧୁରୀଙ୍କ ନାଁରେ ଅଭିଯୋଗ ଆସିଛି । ହସ୍ପିଟାଲର ଜଣେ ମହିଳା ଆଟେଣ୍ଡାଣ୍ଟ ଆଣିଲେ ଅଭିଯୋଗ ।

ନର୍ସିଂ ଅଫିସର ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଡାକ୍ତର ରୁମ୍କୁ ନେଇ ଟଣାଓଟରା କରିଥିବା ଅଭିଯୋଗ । ଖଣ୍ଡଗିରି ଥାନାରେ ଅଭିଯୋଗ କଲେ ମହିଳା ଆଚେଣ୍ଡାଣ୍ଟ । ଏଯାଏଁ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି ପୀଡିତା । ଏମ୍ସ ପରିସରରେ ଧାରଣା ଦେଲେ ହସ୍ପିଟାଲ ଆଟେଣ୍ଡାଣ୍ଟ ।
ଖଣ୍ଡଗିରି ଥାନାରେ ଦାଖଲ ହୋଇଥିବା ଲିଖିତ ଅଭିଯୋଗରେ ମହିଳା ହସ୍ପିଟାଲ ଆଟେଣ୍ଡାଣ୍ଟ ଅଭିଯୋଗ କରିଛନ୍ତି ଯେ, ନାନୁ ରାମ ତାଙ୍କୁ ଡାକ୍ତରଙ୍କ କକ୍ଷକୁ ଡାକି ଦୁଆର ଭିତରୁ ବନ୍ଦ କରି ଅସଭ୍ୟ ବ୍ୟବହାର କରିଥିଲେ ଏବଂ ଅନୁଚିତ ଶାରୀରିକ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ। ଘଟଣାଟି ଗତକାଲି ରାତିରେ ଘଟିଥିବା ଜଣାପଡ଼ିଛି।
ମହିଳା କର୍ମଚାରୀ ତୁରନ୍ତ ହସ୍ପିଟାଲ କଣ୍ଟ୍ରୋଲ ରୁମକୁ ଘଟଣା ବିଷୟରେ ଜଣାଇଥିଲେ ଏବଂ ତାଙ୍କ ପରାମର୍ଶ ଅନୁଯାୟୀ ଖଣ୍ଡଗିରି ଥାନାରେ ଅଭିଯୋଗ ଦାଖଲ କରିଥିଲେ। ଏହି ଘଟଣାକୁ ନେଇ ଏମ୍ସ ପରିସରରେ ହସ୍ପିଟାଲ ଆଟେଣ୍ଡାଣ୍ଟମାନେ ପ୍ରତିବାଦ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଖବର ଲେଖାଯିବା ସମୟରେ ଖଣ୍ଡଗିରି ଥାନା ଇନ୍ସପେକ୍ଟର-ଇନ-ଚାର୍ଜ ହସ୍ପିଟାଲରେ ପହଞ୍ଚି ପ୍ରତିବାଦକାରୀଙ୍କୁ ଶାନ୍ତ କରୁଥିବା ଜଣାପଡ଼ିଛି।












Click it and Unblock the Notifications