Mirdha Toppo : ମିର୍ଦ୍ଧା ଟପ୍ପୋ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ନିଯୁକ୍ତ
ମିର୍ଦ୍ଧା ଟପ୍ପୋ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ନିଯୁକ୍ତ । କେନ୍ଦୁଝର ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।

ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଗ୍ରାମୀଣ ବିକାଶ ବିଭାଗ ଦ୍ୱାରା ଜାରି ଏକ ଅଫିସିଆଲ ନୋଟିସ ଅନୁଯାୟୀ, ଶାଶ୍ୱତ ମିଶ୍ର (IAS, RR-1996), ପ୍ରଧାନ ସଚିବ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ହୋଇଛନ୍ତି। ସେ ମଧ୍ୟ ଆନୁଷଙ୍ଗିକ ଭାବେ ବିତ୍ତ ବିଭାଗ ଏବଂ IDCO'ର ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଜାରି ହୋଇଥିବା ନୋଟିସ ଅନୁଯାୟୀ, ମିଶ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରଧାନ ସଚିବ ଭାବେ କାର୍ଯ୍ୟ କରିବା ସହ ବିତ୍ତ ବିଭାଗ ଓ IDCOର ଚେୟାରମ୍ୟାନ ଭାବେ ମଧ୍ୟ ଅଧିକ ଦାୟିତ୍ୱ ପାଇଛନ୍ତି। ଏହି ନିଯୁକ୍ତି ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାପନାରେ ଏକ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ତେବେ ରଥଯାତ୍ରା ପରିଚାଳନାକୁ ନେଇ ଉଠୁଥିବା ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ସଚିବ ନିଯୁକ୍ତି ପାଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ନିଯୁକ୍ତ ହୋଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ୩୦ ଜୁନ୍ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ମିର୍ଦ୍ଧା ଟପ୍ପୋଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି। କେନ୍ଦୁଝର ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ମିର୍ଦ୍ଧା କାର୍ଯ୍ୟ କରୁଥିଲେ।












Click it and Unblock the Notifications