ନକ୍ସଲଙ୍କ ପ୍ରେସର ବୋମା ବିସ୍ଫୋରଣରେ ନାବାଳକ ଗୁରୁତର
ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ନକ୍ସଲ ଧୀରେଧୀରେ କମୁଥିବା ନେଇ ଯାହା ସଂଦେହ କରାଯାଉଥିଲା ତାହା ସଂପୂର୍ଣ୍ଣ ସତ୍ୟ ନୁହେଁ। ଏବେ ବି ଜଂଗଲରେ କିଛି ନକ୍ସଲ ରହି ଲ୍ୟାଣ୍ଡମାଇନ ଓ ପ୍ରେସର ବୋମା ଦ୍ବାରା ହିଂସା ଘଟାଇବାରେ ଲାଗିଛନ୍ତି। ଆଜି ସକାଳୁ ଗାଙ୍ଗଲୁର ଥାନା ଅନ୍ତର୍ଗତ କରଚୋଲି ଗ୍ରାମର ରାମ ପୋଟାମ (୧୫) ନାମକ ଯୁବକ କୌଣସି କାମ ପାଇଁ ନିକଟସ୍ଥ ଜଂଗଲକୁ ଯାଇଥିଲା।

ତେବେ ପୂର୍ବରୁ ନକ୍ସଲ ଜଂଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଜଂଗଲ ରାସ୍ତାରେ ପ୍ରେସର ବୋମା ଖଞ୍ଜିଥିଲେ। ଏହି ପ୍ରେସର ବୋମାର ଶିକାର ହୋଇଥିଲେ ରାମ। ପ୍ରେସର ବୋମା ଉପରେ ରାମଙ୍କର ପାଦ ପଡିବା ପରେ ଏହା ବିସ୍ଫୋରଣ ହୋଇଥିଲା। ଯାହାଫଳରେ ସେ ଗୁତୁର ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ରାମକୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରିଥିଲେ। ରାମଙ୍କର ଗୋଟିଏ ଗୋଡ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଖବର ପାଇ ପୁଲିସ ଏବଂ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।












Click it and Unblock the Notifications