ନାବାଳିକାକୁ ନିଆଁ ଲଗାଇଦେବା ଘଟଣା, ଘଟଣାସ୍ଥଳରେ ପୁରୀ ଏସ୍‌ପି ପିନାକ ମିଶ୍ର

ପୁରୀ ଜିଲା ପିପିଲି ବଳଙ୍ଗାରେ ଜଣେ ନାବାଳିକା ଦେହରେ ନିଆଁ ଲଗାଇଦେବା ଘଟଣାରେ ପୁରୀ ଏସ୍‌ପି ପିନାକ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳ ଦେଖିବା ପରେ ଏସ୍‌ପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏନେଇ ଏକ ସ୍ପେଶାଲ ଟିମ୍‌ ଗଠନ କରାଯାଇ ତଦନ୍ତ କରାଯାଉଛି। ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀ, ସ୍ପର୍ଶକାତର। ତେଣୁ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛୁ।

Puri SP Pinak Mishra

ଉକ୍ତ ଘଟଣାରେ କାହାରିକୁ ଅଟକ କରାଯାଇନି, କେବଳ ପଚରାଉଚରା ଜାରି ରହିଛି। ଫୋରେନସିକ୍‌ ଟିମ୍‌ ମଧ୍ୟ ଯାଞ୍ଚ ଆରମ୍ଭ କରି ସାରିଛି। ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି, ମାତ୍ର ତାହା କ'ଣ ସ୍ପଷ୍ଟ ହୋଇନି। ଏଥିରେ କେତେଜଣ ସମ୍ପୃକ୍ତ, ପୀଡ଼ିତା ସେଠାକୁ କିପରି ଆସିଲେ ତଦନ୍ତ ଚାଲିଛି। ପୀଡ଼ିତା ଚିକିତ୍ସାଧୀନ ଥିବାରୁ ପଚରାଉଚରା ହୋଇପାରିନି। ପ୍ରମାଣ ମିଳିଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିନାକ ମିଶ୍ର କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+