Get Updates
Get notified of breaking news, exclusive insights, and must-see stories!

ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ, ଆତ୍ମହତ୍ୟା କଲେ ନାବାଳିକା

ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ, ଆତ୍ମହତ୍ୟା କଲେ ନାବାଳିକା

ଖୋର୍ଦ୍ଧା: ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ ପରେ ଜୀବନ ହାରିଲେ ଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପଦ୍ମପୁର ଅଞ୍ଚଳରେ ଦେଖିବା ପାଇଁ ମିଳିଛି । ନାବାଳିକା ଜଣକ ଯୁକ୍ତ ୨ର ଛାତ୍ରୀ । ମୃତ୍ୟୁ ପୂର୍ବରୁ ସେ ନିରାକରପୁର ଆଇଆଇସିଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି । ସେପଟେ ଝିଅ ମୃତ୍ୟୁ ପରେ ନିର୍ଯାତନା ଦେଉଥିବା ଯୁବକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା ଓ ମା' ।

ODISHA.Minor Girl commits suicide

ସୂଚନା ଅନୁସାରେ, ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଲୋକଲଜ୍ଜା ସହିନପାରି ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିଲେ । ଏକତରଫା ପ୍ରେମ କରି ବିଫଳ ହେବା ପରେ ଯୁବକ ଜଣକ ତାଙ୍କ ଭାଇଙ୍କ ସହ ମିଶି ନାବାଳିକାଙ୍କୁ ବାରମ୍ବାର ହଇରାଣ କରିବା ସହ ତାଙ୍କର କିଛି ଫଟୋ ମଧ୍ୟ ଭାଇରାଲ କରିଥିଲେ । ଏପରିକି ଅନେକ ଥର ତାଙ୍କୁ କଲେଜ ଯିବା ସମୟରେ ହଇରାଣ କରୁଥିଲେ । ପୂର୍ବରୁ ମଧ୍ୟ ନିରାକାରପୁର ଥାନାରେ ଯୁବକଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ପୋଲିସ ଉପସ୍ଥିତିରେ ମାମଲାର ଆପୋଷ ସମାଧାନ ହୋଇଥିଲା ଏପରିକି ଯୁବକ ଜଣ ଆଗକୁ ଏପରି କିଛି କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ ।

ହେଲେ ଯୁବକ ଜଣକ ପୁଣି ନାବାଳିକାଙ୍କୁ ହଇରାଣ କରିବା ସହ ତାଙ୍କର କିଛି ଅଶ୍ଳୀଳ ଫଟୋକୁ ଭାଇରାଲ କରିଦେଇଥିଲେ । ନାବାଳିକାଙ୍କ ଘର ସମ୍ମୁଖକୁ ଆସି ହତ୍ୟା ଧମକ ଦେବା ସହ ଏସିଡ ପକାଇ ପୋଡି ଦେବେ ବୋଲି ଧମକ ଦେବା ପରେ ନାବାଳିକା ଜଣକ ଏପରି ନିଷ୍ପତି ନେଇଛନ୍ତି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ସହ ଅନ୍ୟ ପରିବାର ସଦସ୍ୟଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+