ନାବାଳିକା ପୋଡି ଘଟଣା; ୨ଟି ଅଧା କିରାସିନି ବୋତଲ ଜବତ, ଦିଆସିଲି, ଚୁଡି, ଚପଲ, ତାବିଜ୍ ମଧ୍ୟ ଜବତ
ପିପିଲି ବଳଙ୍ଗା ଘଟଣାରେ ୨ଟି ଅଧା କିରାସିନି ବୋତଲ ଜବତ ହୋଇଛି । ନାବାଳିକାର ପୋଡା କପଡା ମଧ୍ୟ ଫୋରେନସିକ୍ ଟିମ୍ ଜବତ କରିଛି । ଏହାସହ ଘଟଣାସ୍ଥଳରୁ ଦିଆସିଲି, ଚୁଡି, ଚପଲ, ତାବିଜ୍ ମଧ୍ୟ ଜବତ କରାଯାଇଛି ।
ଏହାସହ ଘଟଣାସ୍ଥଳ ବାୟାବରରେ ପୁରୀ ଏସ୍ପି ପିନାକ ମିଶ୍ର ପହଞ୍ଚିଛନ୍ତି । ଘଟଣାସ୍ଥଳ ପରିଦର୍ଶନ ପରେ ଏସ୍ପି ପ୍ରତିକ୍ରିୟା ରଖି କହିଛନ୍ତି, ସ୍ପେଶାଲ୍ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ ଗୁରୁତର ସହ ନେଇଛୁ । କାହାରିକୁ ଅଟକ ରଖାଯାଇନାହିଁ, କେବଳ ପଚରାଉଚରା ଜାରି ରହିଛି । ଫୋରେନସିକ୍ ଟିମ୍ ମଧ୍ୟ ଯାଞ୍ଚ ଆରମ୍ଭ କରିଛି । ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି, ମାତ୍ର ତାହା ସ୍ପଷ୍ଟ ହୋଇ ନାହିଁ । କେତେ ଜଣ ଏହି ମାମଲାରେ ସମ୍ପୃକ୍ତ,ପୀଡ଼ିତା ସେଠାକୁ କିପରି ଗଲେ ତାହା ତଦନ୍ତ ଚାଲିଛି । ପୀଡିତା ଚିକିତ୍ସାଧୀନ ଥିବାରୁ ପଚରାଉଚରା ହୋଇପାରିନି । ଯାହାର ସମ୍ପୃକ୍ତି ପ୍ରମାଣ ମିଳିବ, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ପୁରୀ ଜିଲା ପିପିଲି ବଳଙ୍ଗାରେ ଜଣେ ନାବାଳିକା ଦେହରେ ନିଆଁ ଲଗାଇଦେବା ଘଟଣାରେ ପୁରୀ ଏସ୍ପି ପିନାକ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳ ଦେଖିବା ପରେ ଏସ୍ପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏନେଇ ଏକ ସ୍ପେଶାଲ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି। ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀ, ସ୍ପର୍ଶକାତର। ତେଣୁ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛୁ।
ଉକ୍ତ ଘଟଣାରେ କାହାରିକୁ ଅଟକ କରାଯାଇନି, କେବଳ ପଚରାଉଚରା ଜାରି ରହିଛି। ଫୋରେନସିକ୍ ଟିମ୍ ମଧ୍ୟ ଯାଞ୍ଚ ଆରମ୍ଭ କରି ସାରିଛି। ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି, ମାତ୍ର ତାହା କ'ଣ ସ୍ପଷ୍ଟ ହୋଇନି। ଏଥିରେ କେତେଜଣ ସମ୍ପୃକ୍ତ, ପୀଡ଼ିତା ସେଠାକୁ କିପରି ଆସିଲେ ତଦନ୍ତ ଚାଲିଛି। ପୀଡ଼ିତା ଚିକିତ୍ସାଧୀନ ଥିବାରୁ ପଚରାଉଚରା ହୋଇପାରିନି। ପ୍ରମାଣ ମିଳିଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିନାକ ମିଶ୍ର କହିଛନ୍ତି।












Click it and Unblock the Notifications