ବଳଙ୍ଗାରେ ନାବାଳିକାଙ୍କୁ ଜୀଅନ୍ତା ପୋଡ଼ି ଦେବା ଘଟଣା; ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୋଲିସର ସ୍ୱତନ୍ତ୍ର ଟିମ୍
ବଳଙ୍ଗାରେ ନାବାଳିକାଙ୍କୁ ଜୀଅନ୍ତା ପୋଡ଼ି ଦେବା ଘଟଣା। ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ୍। ପୀଡ଼ିତାଙ୍କ ବୟାନ ରେକର୍ଡ ଆଧାରରେ ଚାଲିଛି ତଦନ୍ତ। ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୋଲିସର ସ୍ୱତନ୍ତ୍ର ଟିମ୍।

ବଳଙ୍ଗାରେ ପୁଣି କ୍ରାଇମବ୍ରାଞ୍ଚର ୫ଜଣିଆ ଟିମ୍। ଏବେ ବି ସେଠାରେ ସ୍ପେସିଆଲ ସ୍କ୍ବାଡ୍ର ୩ଟି ଟିମ ତଦନ୍ତ କରୁଛି। ଗୁଇନ୍ଦା ବିଭାଗର ସ୍ୱତ୍ରନ୍ତ୍ର ଟିମ ଵି ଅଛନ୍ତି। ୨୦ରୁ ଅଧିକ ସନ୍ଦେହ ଥିବା ବ୍ୟକ୍ତି ବିଶେଷଙ୍କ ମୋବାଇଲ ଟ୍ରାକ କରୁଛି ସାଇବର ପୁଲିସ। ଅନ୍ଲାଇନ୍ରେ ଅର୍ଡର ଦେଇଥିବା ପାର୍ସଲର ଅନେକ ସଂସ୍ଥା ସହିତ ପୁଲିସ ପଚରାଉଚରା ଜାରି ରଖିଛି। ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଆଜି ଦିଲ୍ଲୀ ଏମ୍ସର ଅନୁମତି ମାଗିପାରେ ପୁଲିସ।
ଅନ୍ଲାଇନ୍ରେ ଅର୍ଡର ଦେଇଥିବା ପାର୍ସଲର ଅନେକ ସଂସ୍ଥା ସହିତ ପୁଲିସ ପଚରାଉଚରା ଜାରି ରଖିଛି। ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଆଜି ଦିଲ୍ଲୀ ଏମ୍ସର ଅନୁମତି ମାଗିପାରେ ପୁଲିସ। ଏଥିଲାଗି ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ପୁଲିସ୍ ଟିମ୍।












Click it and Unblock the Notifications