ଗାଡି ଚଢିବା ନାବାଳକଙ୍କୁ ପଡିଲା ମହଙ୍ଗା, ଗଣିଲେ ମୋଟା ଅଙ୍କର ଫାଇନ
ଏମିତି ଆଜି ଏକ ଦୃଶ୍ୟ ପୁରୀ ଜିଲ୍ଲାରେ ଦେଖଇବାକୁ ମିଳିଛି । ଗାଡି ଚଳାଉଥିବା ବେଳେ ଜଣେ ନାବାଳକଙ୍କୁ ଧରିଛି ଟ୍ରାଫିକ ପୋଲିସ । ଆଉ ଆଦାୟ କରିଛି 35 ହଦାର ଟଙ୍କାର ଫାଇନ ।
ପୁରୀ: ନୂଆ ମଟରଯାନ ନିୟମ ଅନୁସାରେ ରାଜ୍ୟରେ କଡାକଡି ଏବେ ଟ୍ରାଫିକ ବ୍ୟବସ୍ତା । ତେବେ ଆଜି ଟ୍ରାଫିକ ନିୟମକୁ ଖିଲାଫ କରୁଛନ୍ତି ଅଭ୍ୟାସଗତ ନିୟମ ଉଲଙ୍ଘନକାରୀ । ଫଳରେ ଦେବାକୁ ପଡୁଛି ମୋଟା ଅଙ୍କର ଫାଇନ । ଏମିତି ଆଜି ଏକ ଦୃଶ୍ୟ ପୁରୀ ଜିଲ୍ଲାରେ ଦେଖଇବାକୁ ମିଳିଛି । ଗାଡି ଚଳାଉଥିବା ବେଳେ ଜଣେ ନାବାଳକଙ୍କୁ ଧରିଛି ଟ୍ରାଫିକ ପୋଲିସ । ଆଉ ଆଦାୟ କରିଛି 35 ହଦାର ଟଙ୍କାର ଫାଇନ ।

ସୂଚନାନୁଯାୟୀ, ଉକ୍ତ ନାବାଲକଙ୍କ ଘର ପୁରୀ ଜିଲ୍ଲା ଅନ୍ତର୍ଗତ ମାର୍କେଣ୍ଡାଶ୍ୱର ସାହିର ନୁଆପାଟନା ଲେନରେ। ପୁରୀ ଜିଲ୍ଲା ମୁଖ୍ୟାଳୟ ହସପିଟାଲ (DHH) ଟ୍ରାଫିକ ଛକ ନିକଟରେ ଟ୍ରାଫିକ ପୋଲିସ ଯାଞ୍ଚ କରୁଥିବା ସମୟରେ ନାବାଳିକା ପଞ୍ଜୀକରଣ ନମ୍ବର OD 02 B C 6215 ଥିବା ଏକ ସ୍କୁଟର ଚଳାଉଥିବା ବେଳେ ଧରାପଡିଥିଲା।
ଟ୍ରାଫିକ ପୋଲିସ ପକ୍ଷରୁ ସୂଚନା ଦିଆଯିବା ପରେ ଆରଟିଓ ଡିପାର୍ଟମେଣ୍ଟ ଏବଂ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଏଏସଆଇ) ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରିଥିଲେ। ଏହା ପରେ ନାବାଳିକାଙ୍କୁ 35,000 ଟଙ୍କା ଜୋରିମାନା ଦିଆଯାଇଥିଲା।












Click it and Unblock the Notifications