Get Updates
Get notified of breaking news, exclusive insights, and must-see stories!

ମୋବାଇଲ୍ ନ ଦେବାରୁ ବିଷ ପିଇ ଦେଲା ନାବାଳକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କେନ୍ଦୁଝର: ମୋବାଇଲ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ । ମା' ମୋବାଇଲ୍ ଦେଖିବାକୁ ବାରଣ କରିବାରୁ ରାଗି ଯାଇ ବିଷ ପିଦେଲା ନାବାଳକ ପୁଅ । ଏପରି ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି କେନ୍ଦୁଝର ଜିଲ୍ଲା ବରଦାପାଳ ଗାଁରେ ।

ସୂଚନା ଅନୁସାରେ ଯଶୋଦା ମୁଣ୍ତାଙ୍କ ପୁଅ ସିପୁନ୍ ମୁଣ୍ତା ଅଷ୍ଟମ ଶ୍ରେଣୀର ଛାତ୍ର । ସେ ସ୍କୁଲରୁ ଆସି ବାପାଙ୍କ ଫୋନରେ ଖେଳୁଥିଲେ । ମା'ଯଶୋଦା ମୁଣ୍ତା ବାରମ୍ବାର ମନା କରିବା ସତ୍ୱେ ସେ ଫୋନ୍ ଛାଡିବା ପାଇଁ ନାରାଜ ଥିଲେ । ଏଥିରେ ବିରକ୍ତ ହୋଇ ମା' ପୁଅ ହାତରୁ ମୋବାଇଲ ଛଡାଇ ନେଇଥିଲେ ।

 kendujhar news

ଯାହାକୁ ନେଇ ବେଶ୍ ରାଗି ଯାଇଥିଲେ ସିପୁନ୍ ଏବଂ ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି । ଖବର ଅନୁସାରେ ବର୍ତ୍ତମାନ ପିଲାଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏହି ଘଟଣାକୁ ନେଇ ମା ଯଶୋଦା କହିଛନ୍ତି, ସ୍କୁଲରୁ ଆସି ପୁଅ ପ୍ରତ୍ୟେକ ଦିନ ତା ବାପାର ଫୋନ୍ ଧରି ଦେଖେ । ମୁଁ ତା ଉପରେ ରାଗି ଯାଇ ଫୋନ୍ ଛଡାଇ ନେଇଥିଲି ଏବଂ ପାଠ ପଢିବା ପାଇଁ କହିଥିଲେ ଯାହା ପରେ ସେ ରାଗି ଯାଇ ବିଷ ପିଇଦେଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+