Get Updates
Get notified of breaking news, exclusive insights, and must-see stories!

କଟକ ବକ୍ସ ଡ୍ରେନରେ ପଡ଼ି ଗୁରୁତର ହୋଇଥିବା ନାବାଳିକାଙ୍କ ମୃତ୍ୟୁ

କଟକ: ବକ୍ସ ଡ୍ରେନରେ ପଡ଼ି ଗୁରୁତର ହୋଇଥିବା ନାବାଳିକାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ପୁରୀଘାଟ ଥାନା ଅନ୍ତର୍ଗତ କେଶରପୁର ନିକଟରେ ବକ୍ସ ଡ୍ରେନ୍‌ କାମ ଚାଲୁଥିବା ବେଳେ ଆଜି ଅପରାହ୍ଣରେ ଜଣେ ନାବାଳିକା ଏହା ମଧ୍ୟକୁ ଗଳି ପଡ଼ିଥିଲେ । ଏହାସହ ପାଦ ଚଲା ପୋଲ ମଧ୍ୟ ଭୁଶୁଡ଼ି ପଡ଼ିଥିଲା ।

Minor Died

ମୃତ ନାବାଳିକା ହେଲେ କେଶପୁର ନୂଆ ରାଉସପାଟଣା ଅଞ୍ଚଳର ମୋହିନୀ ଦାସ (୧୭) । ସେ ଇମର୍ତ୍ତି ଦେବୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ୨ର ଛାତ୍ରୀ ଥିଲେ । ନାବାଳିକା ଡ୍ରେନ୍‌ ପାଣିରେ ବୁଡ଼ି ଯାଉଥିବା ବେଳେ ସ୍ଥାନୀୟ ଲୋକ ଏହାଦେଖି ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ ପଠାଇଥିଲେ । ନାବାଳିକା ଜଣକ ଗୁରୁତର ରହିଥିବାବେଳେ ବର୍ତ୍ତମାନ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଘଟଣା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଜାଇକା କିମ୍ବା ଅନୁରୋଧ କୌଣସି କର୍ତ୍ତୃପକ୍ଷ ପହଂଚି ନଥିଲେ । ସ୍ଥାନୀୟ ଲୋକ ଉଦ୍ଧାର କରିବାରେ ବିଫଳ ହୋଇଥିଲେ । ୪୫ମିନିଟ ପରେ କ୍ରେନ ସାହାଯ୍ୟରେ ପାଇପ ତାଡ଼ିବ ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରଶାସନ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+