ପାଣି ଆଣିବାକୁ ଯାଇ କୂଅରେ ପଡି ନାବାଳିକା ମୃତ

ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ହଂସତୁଳୀ ଗ୍ରାମରେ ଗତ କାଲି ସନ୍ଧ୍ୟାରେ କୂଅରେ ପଡି ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ବେଗୁନିଆପଡା: ସ୍ଥାନୀୟ କୋଦଳା ଥାନା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ହଂସତୁଳୀ ଗ୍ରାମରେ ଗତ କାଲି ସନ୍ଧ୍ୟାରେ କୂଅରେ ପଡି ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଟୁନା ପ୍ରଧାନଙ୍କ ଝିଅ ନନ୍ଦିନୀ ପ୍ରଧାନ (17) ଗତ କାଲି ସନ୍ଧ୍ୟାରେ ପାଣି ଆଣିବାକୁ ଯାଇ ଅସାବଧାନତା ବଶତଃ କୂଅରେ ପଡି ଯାଇଥିଲେ ।

minor death

ଘର ଲୋକ ବହୁ ସମୟ ଖୋଜାଖୋଜି କଲା ପରେ ନନ୍ଦିନୀ କୂଅରେ ପଡି ଥିବାର ଖବର ପାଇଥିଲେ । ପରେ ତାଙ୍କୁ କୂଅରୁ ଉଦ୍ଧାର କରାଯାଇଥିଲା । ହେଲେ ସେତେବେଳକୁ ନନ୍ଦିନୀର ପ୍ରାଣବାୟୁ ଚାଲିଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ବେଗୁନିଆପଡା ଫାଣ୍ଡି ଏଏସଆଇ ଶରତ ଚନ୍ଦ୍ର ମହାପାତ୍ର ପହଞ୍ଚିକୁ ଜବତ କରିବା ସହ କୋଦଳା ଥାନା କେଶ ନଂ 04/21 ରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇ ଥିବା ଜଣାପଡିଛି । ନନ୍ଦିନୀର ମୃତ୍ୟୁରେ ଗ୍ରାମବାସୀଙ୍କ ସହ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+