ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ, ଘୁଞ୍ଚିଲା ଏସବୁ ପରୀକ୍ଷା
ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ମାର୍ଚ୍ଚ ୧୧ ତାରିଖରେ ଓଡ଼ିଆକୁ ଛାଡ଼ି ଅନ୍ୟ ସମସ୍ତ ମାତୃଭାଷା ୨୩କୁ ଘୁଞ୍ଚିଲା। ସେହିପରି ସମସ୍ତ ବିଭାଗରେ ମାର୍ଚ୍ଚ ୨୧ ପରୀକ୍ଷା ୨୫ ତାରିଖକୁ ଘୁଞ୍ଚିଲା। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।
ବାର୍ଷିକ ଉଚ୍ଚ-ମାଧ୍ୟମିକ ବା ଯୁକ୍ତ ଦୁଇ (+2) ପରୀକ୍ଷା 2026 ଫେବୃଆରୀ 18ରୁ ଆରମ୍ଭ ହେବ । ମାର୍ଚ୍ଚ 25 ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଏନେଇ ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (Council of Higher Secondary Education CHSE) ପକ୍ଷରୁ ପରୀକ୍ଷା ସୂଚୀ ଘୋଷଣା କରାଯାଇଛି । ଏଥର ମୋଟ 4 ଲକ୍ଷ 7 ହଜାର 37 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପରୀକ୍ଷା ସକାଳ 10ଟାରୁ ଆରମ୍ଭ ହୋଇ ଅପରାହ୍ନ 2ଟାରେ ଶେଷ ହେବ ।

ଚଳିତ ବର୍ଷ ରାଜ୍ୟର 30ଟି ଜିଲ୍ଲାରେ ମୋଟ 1350ଟି ପରୀକ୍ଷା କେନ୍ଦ୍ର କରାଯାଇଛି । 4,00,737 ଜଣ ଛାତ୍ରଛାତ୍ରୀ ଏ ବର୍ଷ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି, ଯାହା ପୂର୍ବବର୍ଷ ଠାରୁ ଯଥେଷ୍ଟ ଅଧିକ ରହିଛି । ଗତ ବର୍ଷ (2024)ରେ 3,91,809 ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ । ଚଳିତ ବର୍ଷ କଳା (Arts) 2,56,043 ଜଣ, ବିଜ୍ଞାନ (Science)ରେ 1,14,238 ଜଣ, ବାଣିଜ୍ୟ (Commerce)ରେ 24,533 ଜଣ ଏବଂ ଧନ୍ଦାମୂଳକ (Vocational) ବିଷୟରେ 5,923 ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିବେ ।
ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାର ସମସ୍ତ ମୂଲ୍ୟାୟନ ପ୍ରକ୍ରିୟା ୱେବକାଷ୍ଟ ଏବଂ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ହେବ । ଏହି ବ୍ୟବସ୍ଥା ପ୍ରଶ୍ନପତ୍ର ଚୋରି କିମ୍ବା ଅନ୍ୟ କୌଣସି ବେଆଇନ କାର୍ଯ୍ୟକଳାପକୁ ରୋକିବାରେ ସହାୟକ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଗତ ବର୍ଷ 1268 କେନ୍ଦ୍ରରେ ପରୀକ୍ଷା ହୋଇଥିଲା । କିନ୍ତୁ ଏବର୍ଷ ପରୀକ୍ଷା କେନ୍ଦ୍ର 1350କୁ ବଢ଼ାଯାଇଛି । ଏଥର ଅଧିକ କେନ୍ଦ୍ର ହୋଇଥିରୁ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରିବାକୁ ସୁବିଧା ହେବ ।












Click it and Unblock the Notifications