ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲେ ନାବାଳକ
Crime News: ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲେ ନାବାଳକ । କଟକ ପୁରୀଘାଟ ଥାନା ମଠସାହିରେ ଏପରି ଘଟଣା ଘଟିଛି । ନାବାଳକ ଜଣଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ପଞ୍ଚିମବଙ୍ଗ ଅଞ୍ଚଳର ୧୭ ବର୍ଷୀୟ ନାବାଳକ ।

ସୂଚନା ଅନୁସାରେ, ମୃତ ଯୁବକ ଜଣକ ପଶ୍ଚିମବଙ୍ଗର ସେ ମଠସାହି ଅଞ୍ଚଳରେ ଉଡାରେ ରହୁଥିଲେ । ହେଲେ ସେ ଏପରି ନିଷ୍ପତ୍ତି କାହିଁକି ନେଲେ ତାହାର କରାଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି ହେଲେ ପରିବାର ପକ୍ଷରୁ ଅଭିଯୋଗ କରାଯାଉଛି ଯେ, ନାବାଳକଙ୍କର ହତ୍ୟା କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି, ବର୍ତ୍ତମାନ ତଦନ୍ତ ଜାରି ରହିଛି ।












Click it and Unblock the Notifications