ଟୁରିଷ୍ଟ ବସ୍ ଦୁର୍ଘଟଣାରେ ନାବାଳକର ମୃତ୍ୟୁ ଘଟଣା, ଲାଠି ଚାର୍ଜ କଲା ପୁଲିସ
ସମ୍ବଲପୁର: ଟୁରିଷ୍ଟ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣାରେ ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସ୍ର ଲାଠିଚାର୍ଜ । ଜଣେ ନାବାଳକ ସ୍କୁଟି ଚାଳକଙ୍କ ଉପରେ ଯାତ୍ରୀବାହୀ ବସ୍ ଚଢ଼ିଯିବାରୁ ଘଟିଥିବା ଦୁର୍ଘଟଣା ନେଇ ସମ୍ବଲପୁର ସହରରେ ଗତ ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜିତ ଲୋକଙ୍କ ବିରୋଧରେ ପୁଲିସ ଲାଠିଚାର୍ଜ କରିଛି। ପୁଲିସ ଗୋଡେଇ ଗୋଡେଇ ଲୋକଙ୍କୁ ବାଡ଼େଇଛି ।
ସୂଚନାଯୋଗ୍ୟ,ଗତକାଲି ସନ୍ଧ୍ୟାରେ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଦିଶାନ ନାୟକ ନିଜର ମା' ଅସୁସ୍ଥ ଥିବାରୁ ଦୋକାନକୁ ଔଷଧ ଆଣିବାକୁ ଯାଉଥିଲା। ଆଉ ସେତିକି ବେଳେ ଲକ୍ଷ୍ମୀ ଟକିଜ ଛକ ପାଖରେ ଏକ ପର୍ଯ୍ୟଟକଙ୍କ ବସ୍ଟି ସ୍କୁଟି ଚାଳକ ଛାତ୍ରକୁ ଧକ୍କା ଦେଇଥିଲା। ଫଳରେ ଛାତ୍ରର ମୃତ୍ୟୁ ହୋଇଥିଲା।

ଏହାପରେ ଘଟଣା ସ୍ଥଳରେ ଉତ୍ତେଜନାଦେଖିବାକୁ ମିଳିଥିଲା।। ଲୋକମାନେ ଲକ୍ଷ୍ମୀ ଟକିଜ ଛକରେ ଲୋକେ ରାସ୍ତାରେ ଧାରଣା ଦେଇଥିଲେ । ଲୋକଙ୍କ କହିବା ଅନୁସାରେ ଭିଡ଼ ଭିତରେ ଯାତ୍ରୀବାହୀ ବସ୍ ଯିବା ପାଇଁ ଅନୁମତି ନଥିଲା । କିନ୍ତୁ ନିୟମ ଉଲ୍ଲଂଘନ କରି ଆଗକୁ ବଢ଼ିଥିଲା। ଉତ୍ତେଜିତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠି ଚାର୍ଜ କରିଥିଲା।
ବୁଝାସୁଝା ପରେବି ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ୍କୁ ଲାଠିଚାର୍ଜ କରିଥିଲା। ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଘଟଣାସ୍ଥଳରେ ବିଭିନ୍ନ ଥାନାର ଆଇଆଇସି ଉପସ୍ଥିତ ଅଛନ୍ତି । କିଛି ଲୋକଙ୍କୁ ମଧ୍ୟ ଥାନାକୁ ନିଆଯାଇଥିବା ସୂଚନା ରହିଛି । ସେପଟେ ''ବସ୍ ଏବଂ ଡ୍ରାଇଭର ପୋଲିସ ହେପାଜତର ରହିଛନ୍ତି । ଘଟଣାର ତଦନ୍ତ କରାଯିବ'' ବୋଲି କହିଛନ୍ତି ଅତିରିକ୍ତ ଏସପି ।












Click it and Unblock the Notifications