ବନ୍ୟଜନ୍ତୁ ବାସସ୍ଥାନ ସମନ୍ୱିତ ବିକାଶର ୧୦୦ ଦିନର ଲକ୍ଷ୍ୟ ହାସଲ କଲା ମନ୍ତ୍ରଣାଳୟ

ସେପ୍ଟେମ୍ବର ୧୧ରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପଞ୍ଚଦଶ ଅର୍ଥ ଆୟୋଗ ଅବଧି ପାଇଁ ବନ୍ୟଜନ୍ତୁ ବାସସ୍ଥାନର ସମନ୍ୱିତ ବିକାଶ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଜାରି ରଖିବାକୁ ଅନୁମୋଦନ କରାଯାଇଛି, ଯାହାର ମୋଟ୍ ବ୍ୟୟ ୨୬୦୨.୯୮ କୋଟି ଟଙ୍କା । ଏହି ଯୋଜନାରେ ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ୍ ଏବଂ ବନ୍ୟଜନ୍ତୁ ବାସସ୍ଥାନର ବିକାଶ ସହିତ କ୍ରିଟିକାଲ୍ ପ୍ରୋଜେକ୍ଟ ଟାଇଗର୍‌ର ବିଭିନ୍ନ ପର୍ଯ୍ୟାୟ ମଧ୍ୟ ଅନ୍ତର୍ଭୁକ୍ତ । ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ବିଭିନ୍ନ ଯୋଜନା ମଧ୍ୟରୁ ଗୋଟିଏ ।

ଏହି ଯୋଜନାର ବର୍ତ୍ତମାନର ମୌଳିକ ଏବଂ ପ୍ରମୁଖ ଉପାଦାନଗୁଡିକୁ ମଜବୁତ କରିବା ସହ ଆମର ବାଘ ଏବଂ ବନ୍ୟଜନ୍ତୁ ବାସ କରୁଥିବା ଜଙ୍ଗଲରେ ଚଳିତ ତଥା ପରବର୍ତ୍ତୀ ଆର୍ôଥକ ବର୍ଷରେ ବିଭିନ୍ନ ବିଷୟବସ୍ତୁ କ୍ଷେତ୍ରରେ ପ୍ରଯୁକ୍ତିଗତ ହସ୍ତକ୍ଷେପ ବୃଦ୍ଧି କରିବାକୁ ପରିକଳ୍ପନା କରାଯାଇଛି ।

Wildlife Habitats

ପ୍ରୋଜେକ୍ଟ ଟାଇଗର୍‌ରେ ପ୍ରଥମରୁ ହିଁ ଦୈନନ୍ଦିନ ପରିଚାଳନା ଅଭ୍ୟାସ ଯଥା ଏମ୍‌-ଷ୍ଟ୍ରାଇପ୍ସ (ମନିଟରିଂ ସିଷ୍ଟମ୍ ଫର୍ ଟାଇଗର୍ସ, ଇଣ୍ଟେନ୍‌ସିଭ୍ ପ୍ରୋଟେକ୍ସନ୍ ଆଣ୍ଡ୍ ଇକୋଲୋଜିକାଲ୍ ଷ୍ଟାଟସ୍‌) ମୋବାଇଲ୍ ଆପ୍ଲିକେଶନ୍ ଭଳି ଟେକ୍ନୋଲୋଜିର ଅନ୍ତର୍ନିହିତ ବ୍ୟବହାର ରହିଛି । ଏହି ଆପ୍ଲିକେଶନ୍ ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପର ଅନୁରୂପ ରହିଛି ଏବଂ ୨୦୨୨ରେ ଅଖିଳ ଭାରତୀୟ ବାଘ ଆକଳନର ୫ମ ଚକ୍ର ସମୟରେ କ୍ଷେତ୍ରୀୟ ସ୍ତରରେ ପରିବେଶ ତଥ୍ୟ ସଂଗ୍ରହ ପାଇଁ ବହୁଳ ଭାବରେ ବ୍ୟବହୃତ ହୋଇଥିଲା । ଅଖିଳ ଭାରତୀୟ ବାଘ ଆକଳନ ନିଜେ ବୈଷୟିକ ସ୍ତରରେ ସୁଦୃଢ଼, ଯେଉଁଥିରେ ସମଗ୍ର ଦେଶରେ ବାଘମାନଙ୍କର ବାସସ୍ଥାନ ଉପରେ କ୍ୟାମେରା ଫାଶର ବ୍ୟାପକ ମୁତୟନ କରାଯାଇଛି । ଏଥିରେ ପ୍ରଜାତିର ସ୍ତର ଚିହ୍ନଟ ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ)ର ଉପଯୋଗ ମଧ୍ୟ କରାଯାଇଛି । ବାଘ ସଂରକ୍ଷଣ କ୍ଷେତ୍ରରେ ସଂରକ୍ଷଣ ଆନୁବଂଶୀକ ମଧ୍ୟ ବହୁଳ ଭାବରେ ବ୍ୟବହୃତ ହୋଇଛି, ଯେଉଁଥିରେ ବାଘମାନଙ୍କର ଆନୁବଂଶୀକ ସଂରଚନା ଆଧାରରେ ସେମାନଙ୍କର ସ୍ଥାନାନ୍ତରଣ ପାଇଁ ଏକ ଏସ୍‌ଓପି ଜାରି କରାଯାଇଛି । ଏହାଛଡା, ସ୍ୱଳ୍ପ ଘନତ୍ୱ ଅଞ୍ଚଳରେ ବାଘମାନଙ୍କର ସଂଖ୍ୟା ନିର୍ଣ୍ଣୟ କରିବା ସହିତ ଏହି ପ୍ରଜାତିମାନଙ୍କର ଖାଦ୍ୟ ପରିବେଶ ସ୍ଥିତି ନିର୍ଦ୍ଧାରଣ କରିବା ପାଇଁ ମଧ୍ୟ ଆନୁବଂଶିକ ବ୍ୟବହୃତ ହୋଇଛି । ଉକ୍ତ ଯୋଜନା ଅନୁଯାୟୀ ଏହି ଉପାୟଗୁଡିକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି ।

ପ୍ରୋଜେକ୍ଟ ଟାଇଗର୍ ଉପାଦାନ ମଧ୍ୟ ଦେଶରେ ମହତ୍ତ୍ୱାକାଂକ୍ଷୀ ପ୍ରୋଜେକ୍ଟ ଚିତାକୁ ସମର୍ଥନ କରେ, ଯାହା ବନ୍ୟଜନ୍ତୁ ବାସସ୍ଥାନର ସମ୍ପୂର୍ଣ୍ଣ ବିକାଶ ଛତ୍ର ଯୋଜନା ଅଧିନରେ ଜାରି ରହିବ । ଉକ୍ତ ଯୋଜନା ଅନ୍ତର୍ଗତ ଚିତା ଆକ୍ସନ୍ ପ୍ଲାନ୍ ଅନୁଯାୟୀ ଚିତା ପରିଚୟ ପାଇଁ କ୍ଷେତ୍ରଗୁଡିକ ବିସ୍ତାର କରିବାକୁ ପ୍ରସ୍ତାବ ଦିଆଯାଇଛି ଏବଂ ଉନ୍ନତ ରେଡିଓ ଟେଲିମେଟ୍ରି ପ୍ରୋଟୋକଲ୍ ବ୍ୟବହାର କରି ମନିଟିଂ ପ୍ରୋଟୋକଲ୍‌ଗୁଡିକୁ ମଜବୁତ କରିବାକୁ ଉଦ୍ୟମ କରାଯିବ ।

ବନ୍ୟଜନ୍ତୁ ବାସସ୍ଥାନ ଉପାଦାନର ବିକାଶ ଅଧିନରେ ଥିବା ପ୍ରୋଜେକ୍ଟ ଡଲ୍‌ଫିନ୍ ରିମୋଟ୍ ଚାଳିତ ଯାନ (ଆର୍‌ଓଭିଏସ୍‌) ଏବଂ ଡଲ୍‌ଫିନ୍ ଗଣନା ସହ ଡଲ୍‌ଫିନ ବାସସ୍ଥାନର ତଦାରଖ ପାଇଁ ପାସିଭ୍ ଆକାଉଷ୍ଟିକ୍ ମନିଟିଂ ଡିଭାଇସ୍ ଭଳି ଉପରକଣ ଯୋଗାଇ ସେମାନଙ୍କୁ ସମର୍ଥନ କରିବାକୁ ପ୍ରସ୍ତାବ ଦିଆଯାଇଛି । ବନ୍ୟଜନ୍ତୁ ବାସସ୍ଥାନ ବିକାଶ ଅଧିନରେ ପ୍ରୋଜେକ୍ଟ ଲାୟନ୍‌କୁ ମଧ୍ୟ "ଲାୟନ୍ @ ୨୦୪୭: ଏ ଭିଜନ୍ ଫର୍ ଅମୃତ କାଲ୍‌" ଶୀର୍ଷକ ଦସ୍ତାବିଜରେ ଧାର୍ଯ୍ୟ କାର୍ଯ୍ୟକଳାପ ଅନୁଯାୟୀ ମଜବୁତ କରାଯିବ । ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ୍ ଉପାଦାନ ଅଧିନରେ ମାନବ-ହାତୀ ବିବାଦ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ଉପଯୋଗ ପାଇଁ ଯୋଜନା କରାଯାଇଛି । ତେବେ ପରୀକ୍ଷାମୂଳକ ଭିତ୍ତିରେ ଏଗୁଡିକର ପରୀକ୍ଷା କରାଯାଇଥିବା ବେଳେ ଏହାକୁ ବୃହତ୍ ଆକାରରେ ନିୟୋଜିତ କରାଯିବ ।

ଏହି ଯୋଜନା ଅନ୍ତର୍ଗତ ୫୫ଟି ବ୍ୟାଘ୍ର ଅଭୟାରଣ୍ୟ, ୩୩ଟି ହାତୀ ଅଭୟାରଣ୍ୟ ଓ ୭୧୮ଟି ସଂରକ୍ଷିତ ଅଞ୍ଚଳ ଏବଂ ସେମାନଙ୍କର ପ୍ରଭାବିତ କ୍ଷେତ୍ରଗୁଡିକ ଲାଭାନ୍ୱିତ ହେବେ । ଏହି ଅଞ୍ଚଲର ଜଙ୍ଗଲ ଦେଶର ଜଳ ନିରାପତ୍ତା ସୁନିଶ୍ଚିତ କରିବା ବ୍ୟତୀତ ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପରିସ୍ଥିତି ବିରୋଧରେ ଏକ ସୁରକ୍ଷା କବଚ ପାଲଟିଛି । ଏହାଛଡା ଏହି ଅଞ୍ଚଳରେ ଦେଖିବାକୁ ମିଳୁଥିବା ପ୍ରମୁଖ ପ୍ରଜାତି ଯଥା ବାଘ, ହାତୀ, ଚିତା, ତୁଷାର ଚିତାବାଘ ଏବଂ ସିଂହ ଆଦି ବନ୍ୟଜୀବଙ୍କର ସଂରକ୍ଷଣ ହୋଇପାରିବ ଯାହା ଏହି ଇକୋସିଷ୍ଟମ୍‌ର ସୂଚକ ଭାବେ କାର୍ଯ୍ୟ କରୁଛି। କେବଳ ସେତିକି ନୁହେଁ, କମ୍ ଜଣାଶୁଣା ପ୍ରଜାତି, ବିଶେଷକରି ଯେଉଁମାନେ ବନ୍ୟଜନ୍ତୁ ବାସସ୍ଥାନ ଉପାଦାନର ବିକାଶ ଅଧିନରେ ପ୍ରଜାତି ପୁନରୁଦ୍ଧାର କାର୍ଯ୍ୟକ୍ରମ ପାଇଁ ଚିହ୍ନଟ ହୋଇଥିଲେ, ଏହି ଯୋଜନା ଜାରି ରହିବା ଯୋଗୁଁ ଲାଭାନ୍ୱିତ ହେବେ ।

ଏହି ଯୋଜନାରେ ପ୍ରତ୍ୟକ୍ଷ ଯୋଗଦାନ ମାଧ୍ୟମରେ ୫୦ ଲକ୍ଷରୁ ଅଧିକ ଦିନର ଜୀବିକା ନିର୍ବାହ ସହିତ ଇକୋ-ଟୁରିଜିମ୍ ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପ ମାଧ୍ୟମରେ ପରୋକ୍ଷ ରୋଜଗାର ସୁଯୋଗ ମଧ୍ୟ ରହିଛି ।

ବନ୍ୟଜନ୍ତୁ ବାସସ୍ଥାନର ସମନ୍ୱିତ ବିକାଶର କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାର ଅବ୍ୟାହତି ବାଘ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛି, ଯାହାଦ୍ୱାରା ଅର୍ଥନୀତି ଓ ପରିବେଶର ଏକତ୍ର ବିକାଶ ସୁନିଶ୍ଚିତ ହେବ ।

ପଞ୍ଚଦଶ ଅର୍ଥ ଆୟୋଗ ଅବଧି ସହିତ ଏହାର ଶେଷ ଅବଧି ପାଇଁ ଆୟବ୍ୟୟ ଅଟକଳ :

କ୍ରମିକ ନଂ ଯୋଜନାର ନାମ କେନ୍ଦ୍ର ଅଂଶ ରାଜ୍ୟ ଅଂଶ ମୋଟ

୧. ପ୍ରୋଜେକ୍ଟ ଟାଇଗର ୧୫୭୫.୦୦ ୯୫୫.୦୦ ୨୫୩୦.୦୦

୨. ପ୍ରୋଜେକ୍ଟ ଏଲିଫାଣ୍ଟ ୧୮୨.୫୮ ୫୪.୦୦ ୨୩୬.୫୮

୩. ବନ୍ୟପ୍ରାଣୀ ଆବାସ ବିକାଶ ୮୪୫.୪ ୨୭୩.୦୨ ୧୧୧୮.୪୨

. (ସମସ୍ତ ହିସାବ କୋଟି ଟଙ୍କାରେ) ମୋଟ ୨୬୦୨.୯୮ ୧୨୮୨.୦୨ ୩୮୮୫.୦୦

ଇଏଫସିର ଅଂଶ ୨୦୨୪-୨୫ ୨୦୨୫-୨୬

ପ୍ରୋଜେକ୍ଟ ଟାଇଗର ୩୬୫.୦୦ ୩୬୫.୦୦

ପ୍ରୋଜେକ୍ଟ ଏଲିଫାଣ୍ଟ ୪୦.୦୦ ୪୦.୧୨

ବନ୍ୟପ୍ରାଣୀ ଆବାସ ବିକାଶ ୧୯୫.୦୦ ୧୮୩.୧୬

ମୋଟ ୬୦୦ ୫୮୮.୨୮

(ସମସ୍ତ ହିସାବ କୋଟି ଟଙ୍କାରେ)

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+