ରାସନ କାର୍ଡ e-KYC କୁ ନେଇ ମନ୍ତ୍ରୀଙ୍କ ସୂଚନା, କଟିଲା ୯୧ ହଜାର ୨୮୦ ଅଯୋଗ୍ୟ ହିତାଧିକାରୀଙ୍କ ନାଁ

Odisha News: ରାଜ୍ୟରେ ମାର୍ଚ୍ଚ ୨୦ ସୁଦ୍ଧା ପ୍ରାୟ ୩ କୋଟି ୧ ଲକ୍ଷ ୯୨ ହଜାର ୩୨୭ ଜଣ ହିତାଧିକାରୀ e-KYC କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୯୧ ପ୍ରତିଶତ ଲୋକଙ୍କର ଇକେୱାଇସିର ଯାଞ୍ଚ ସରିଛି । ୪ ଲକ୍ଷ ୩୧ ହଜାର ୮୪୬ ଜଣ ମୃତ ବା ଭୂତ ହିତାଧିକାରୀଙ୍କ ନାଁ ଲିଷ୍ଟରୁ କଟା ଯାଇଥିବା ନେଇ ସୂଚନା ରହିଛି । ସେହିପରି ଇଣ୍ଟରନେଟ ନଥିବା ୩୪୧ ଦୁର୍ଗମ ଜାଗାରେ କ୍ୟାମ୍ପ୍ କରି e-KYC କରାଯାଇଛି ।

୯୧ ହଜାର ୨୮୦ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଛି । ଧରା ପଡ଼ିଥିବା ସବୁ ଜାଲ୍ ହିତାଧିକାରୀ ବିଜେଡ଼ି ଦଳର ଲୋକ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେହିପରି ୨୪ ମାର୍ଚ୍ଚ ୨୦୨୫ ସୁଦ୍ଧା ମୋଟ ୫ ଲକ୍ଷ ୨୩ ହଜାର ୧୨୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡରୁ ବାଦ୍ ଦିଆଯାଇଛି ।

e-KYC

୧ ମାର୍ଚ୍ଚ ସୁଦ୍ଧା ନୂଆ ରାସନ କାର୍ଡ ପାଇଁ ୱେବସାଇଟ୍ ଖୋଲାଯାଇଥିଲା । ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୮୫ ହଜାର ୨୧ ଜଣ ଆବେଦନ କରିଛନ୍ତି । ଓଜନ ମାପ ଯନ୍ତ୍ରରେ ଠକୁଥିବା ୧୩୩ ଜଣ ଖିଲାପକାରୀ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ୬୩ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ଏବଂ ୨୫ ଜଣଙ୍କୁ ନୋଟିସ୍ କରାଯାଇଥିବା ନେଇ ମଧ୍ୟ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+