ମନ୍ତ୍ରୀଙ୍କ ବଡ ଘୋଷଣା;ଦୟା ନଦୀରେ ହେବ ୫ଟି ମେଗା ପ୍ରକଳ୍ପ

ଦୟା ନଦୀରେ ହେବ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ। ଏନେଇ ବିଧାନସଭାରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ପ୍ରଶ୍ନରେ ଉତ୍ତର ଦେଇ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି।

rabi nayak

ମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାର କେନ୍ଦ୍ରର ଜଳ ସମ୍ପଦ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁନଥିଲେ। ଫଳରେ ପ୍ରକଳ୍ପ କାମ ଶେଷ ହେବାରେ ଅନେକ ବିଳମ୍ବ ହୋଇଛି। ଠିକ୍‌‌ ସମୟରେ ସର୍ଭେ, ଡିପିଆର ପ୍ରସ୍ତୁତ ହୋଇନାହିଁ। ବହୁ ବିଳମ୍ବ ହୋଇଥିବା ପ୍ରକଳ୍ପ ଗୁଡିକୁ ସରକାର ୨୦୨୬ରେ ଶେଷ କରିବାକୁ ପ୍ରୟାସ କରୁଛନ୍ତି।

ଦୟାରୁ ଜଳ ଉଠାଣ ପାଇଁ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ ଡେଲାଙ୍ଗରେ ହେବ। ଏସମ୍ପକରେ ବାଚସ୍ପତି କହିଛନ୍ତି ଯେ ପ୍ରଦୂଷଣ ମୁକ୍ତ ଜଳ ସଂରକ୍ଷଣକୁ ସରକାର ଗୁରୁତ୍ୱ ଦିଅନ୍ତୁ। ସେହିପରି ଲୁଣି ପାଣି ହେବ ପିଇବା ପାଣି ଯୋଗ୍ୟ। ଯାଜପୁରର ଅନେକ ସ୍ଥାନରେ ଲୁଣି ପାଣି ସମସ୍ୟା ଦୀର୍ଘ ଦିନ ହେବ ରହିଆସିଛି। ଲୁଣିପାଣିକୁ ମଧୁର ଜଳରେ ପରିଣତ କରିବାକୁ ଟେକ୍ନୋଲୋଜି ଏଯାଏଁ ରାଜ୍ୟରେ କାର୍ଯ୍ୟକାରୀ ହୋଇନାହିଁ, ହେଲେ ସମସ୍ୟା ଦୂରେଇବାକୁ ଏକ କମ୍ପାନୀ ସହ ଆଲୋଚନା ଚାଲିଥିବା ମନ୍ତ୍ରୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+