ପୁରୀରେ ମନ୍ତ୍ରୀସ୍ତରୀୟ କମିଟି: ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା, ନିର୍ଦ୍ଧାରିତ ସମୟରେ କାମ ପାଇଁ ନିର୍ଦ୍ଦେଶ
ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥର ରଥଯାତ୍ରା କିପରି ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେବ ସେଥିପାଇଁ ଜୋରସୋରରେ ଲାଗି ପଡିଛନ୍ତି ରାଜ୍ୟ ସରକାର । ରଥଯାତ୍ରା କାମ ତଦାରଖ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି ।
ଏହି କମିଟି ଗୁରୁବାର ପୁରୀ ଗସ୍ତରେ ଆସି ସମସ୍ତ କାମର ସମୀକ୍ଷା କରିଛନ୍ତି । କମିଟିର ଅଧ୍ୟକ୍ଷ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଗଠିତ ଏହି ମନ୍ତ୍ରୀସ୍ତରୀୟ କମିଟି ରଥଯାତ୍ରା ପ୍ରସ୍ତୁତି କାମ କେମିତି ଚାଲିଛି ତାହାର ତଦାରଖ କରିଛନ୍ତି। ଚଳିତବର୍ଷ ଭକ୍ତଙ୍କ ଆଗମନ ଅଧିକ ହେବାକୁ ଥିବାରୁ ସମସ୍ତ ପ୍ରସ୍ତୁତି ସଠିକ୍ ସମୟରେ ଶେଷ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଜୁନ 27 ତାରିଖରେ ହେବ ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରା । ଏହି ଯାତ୍ରା ଶାନ୍ତି ଶୃଙ୍ଖଳାର ସହ କିଭଳି ଆୟୋଜନ ହେବ ସେନେଇ ସମସ୍ତ ପ୍ରସ୍ତୁତି ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମହାପ୍ରଭୁଙ୍କ ରଥଯାତ୍ରା ନୀତି କାନ୍ତି ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟରେ ଯେପରି ସାମାନ୍ୟ ଅବହେଳା ନ ହୁଏ ସେଥିପାଇଁ ସମସ୍ତ ଅଧିକାରୀଙ୍କୁ ତାଗିଦ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
କମିଟିର ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭିନ୍ନ ପର୍ଯ୍ୟାୟରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଥିଲେ। କମିଟି ରଥଖଳା ବୁଲିବା ସହ ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି, ବଡ଼ଦାଣ୍ଡରେ ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟ ବୁଲି ଦେଖିଥିଲେ। ପରେ ପରେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ ପ୍ରସ୍ତୁତି କାର୍ଯ୍ୟ କିଭଳି ଚାଲିଛି ସେନେଇ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।












Click it and Unblock the Notifications