ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ : କହିଲେ କନ୍ଧମାଳ ତଦନ୍ତ ରିପୋର୍ଟ କୁଆଡ଼େ ଗଲା

ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ । ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏହାକୁ ନିନ୍ଦନୀୟ କହିବା ସହ ବିଚାର ବିଭାଗୀୟ ତଦନ୍ତ ଦାବି କରଥିଲେ । ତେବେ ଏହି ଘଟଣାରେ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ନବୀନ ନ୍ୟାୟିକ ତଦନ୍ତ କଥା କହୁଛନ୍ତି, ତେବେ କନ୍ଧମାଳ ତଦନ୍ତ ରିପୋର୍ଟ କୁଆଡ଼େ ଗଲା। ନବୀନ ବାବୁଙ୍କ ବେଳେ ୨୪ ନ୍ୟାୟିକ ତଦନ୍ତ ହେଲା, ତାହାର ରିପୋର୍ଟ କାହିଁ' ବୋଲି କହିଛନ୍ତି ମନ୍ତ୍ରୀ । ୨୪ ବର୍ଷର ସରକାର ଚାହିଁଥିଲେ ହିଂସାମୁକ୍ତ ଓଡ଼ିଶା ଗଠନ ହୋଇପାରିଥାନ୍ତା । ନବୀନ ଆଦର୍ଶ ଥାନା କରୁଥିଲେ, ଆମ ସରକାର ଆଦର୍ଶ ପୋଲିସ ପାଇଁ ଚେଷ୍ଟା କରିବ । -'ନବୀନ ଯଦି ତାଙ୍କ ସମୟରେ ବୁଝୁଥାନ୍ତେ, ନାରୀ ନିର୍ଯାତନା ହୋଇନଥାନ୍ତା । ନିଜେ ରାଜଧର୍ମ ପାଳନ କଲେନି, ଏବେ ଶହେ ଦିନର ସରକାରକୁ ପାଠ ପଢ଼ାଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏହାକୁ ନିନ୍ଦନୀୟ ବୋଲି କହିଛନ୍ତି ନବୀନ ପଟ୍ଟନାୟକ। । ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ନବୀନ ପଟ୍ଟନାୟକ। ସେ ଆହୁରି କହିଛନ୍ତି, ମୋ ମୁଖ୍ୟମନ୍ତ୍ରୀତ୍ବ କାଳରେ ମନ୍ତ୍ରୀମାନେ ଥାନା କଥା ପଚାରି ବୁଝୁଥିଲେ ।

ଏଣେ ରାଜସ୍ବ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ ନବୀନ ପଟ୍ଟନାୟକଙ୍କ ଟିପ୍ପଣୀକୁ ନେଇ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ନବୀନ ବାବୁ ଚାହିଁଥିଲେ, ମହିଳାଙ୍କ ଉପରେ ନିର୍ଯାତନା ବନ୍ଦ କରିପାରିଥାନ୍ତେ। ସେ କେବଳ ଆଦର୍ଶ ଥାନା ପ୍ରତିଷ୍ଠା କରିଥିଲେ, ହେଲେ ଆମେ ଆଦର୍ଶ ପୁଲିସ ତିଆରି କରିବୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+