ମନ୍ତ୍ରୀଙ୍କ ବଡ଼ ନିର୍ଦ୍ଦେଶ, ସାଧରାଣ ଲୋକଙ୍କ ଅଭିଯୋଗକୁ .....
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ । ତାଙ୍କ ଗସ୍ତ ସମୟରେ ସର୍କିଟ ହାଉସରେ ଦଳୀୟ କର୍ମୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିବାବେଳେ ଲୋକଙ୍କ ଅଭିଯୋଗ ଗ୍ରହଣ କରିଛନ୍ତି । ପରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ବିଭାଗୀୟ ସମୀକ୍ଷା କରିଛନ୍ତି । ରାଜସ୍ବ ବିଭାଗର କାର୍ଯ୍ୟକାରିତା ଓ ଲୋକଙ୍କ ଅଭିଯୋଗକୁ ଗୁରୁତ୍ବ ଦେବାକୁ ଅଧିକାରୀମାନଙ୍କୁ କହିଥିଲେ ।
ସାଧାରଣ ଲୋକ କିଭଳି ହଇରାଣ ହରକତ ନ ହେବେ ସେ ନେଇ ଅଧିକାରୀମାନେ ଦୃଷ୍ଟି ଦେବା ସହ ଅଭିଯୋଗକୁ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ଅଧିକାରୀ କିମ୍ବା କର୍ମଚାରୀ ଲୋକଙ୍କୁ ହଇରାଣ କରୁଛନ୍ତି ତା'ହେଲେ ତାଙ୍କ ବିରୋଧରେ ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

ବିଶେଷ କରି ହାଇଟେକ୍ ସର୍ଭେର ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ଏବଂ ଶିକ୍ଷାନୁଷ୍ଠାନ ସବୁକୁ ସରକାରୀ ଜମି ଯୋଗାଇ ଦିଆଯିବାକୁ ଗୁରୁତର ସହ ନେବାକୁ ଅଧିକାରୀମାନଙ୍କୁ କହିଛନ୍ତି । ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଦୁଇ ମାସ ସମୟ ଦେଇଥିବାବେଳେ ଦୁଇ ମାସ ପରେ ପୁଣି ସମୀକ୍ଷା କରିବାକୁ ଆସିବି ବୋଲି କହିଛନ୍ତି । ଏହି ସମୀକ୍ଷା ବୈଠକରେ ବଲାଙ୍ଗିର ଲୋକସଭା ସାଂସଦ, ବୀରମହାରାଜପୁର ବିଧାୟକ ପ୍ରମୁଖଙ୍କ ସହ ରାଜସ୍ବ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications