ଭାରସାମ୍ୟ ହରାଇ ଓଲଟିଲା ମନ୍ତ୍ରୀଙ୍କ ପାଇଲଟିଂ ଗାଡ଼ି, ୫ ଆହାତ

ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ନେଇ ଯାଉଥିବା ପାଇଲଟିଂ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗଜପତି ଜିଲ୍ଲା ଅଡ଼ବା ଥାନା ବିରିକୋଟ ନିକଟ ହୁଲିଆପଦା ନିକଟରେ ଘଟିଛି ଦୁର୍ଘଟଣା ।

ମୋହନା: ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ନେଇ ଯାଉଥିବା ପାଇଲଟିଂ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗଜପତି ଜିଲ୍ଲା ଅଡ଼ବା ଥାନା ବିରିକୋଟ ନିକଟ ହୁଲିଆପଦା ନିକଟରେ ଘଟିଛି ଦୁର୍ଘଟଣା । ଗାଡ଼ିର ଡ୍ରାଇଭର ପି.ଏସ. ରାଓଙ୍କ ସମେତ ଏସ୍ଆଇ ଏଲ.ବିଶ୍ୱନାଥ, କନେଷ୍ଟବଳ ଜିତୁ ପଟ୍ଟନାୟକ, କମଳା ଦେବୀ ଏବଂ ମଞ୍ଜୁଳା ଭୂୟାଁ ଗୁରୁତର ଆହାତ ହୋଇଛନ୍ତି ।

accident

ମିଳିଥିବା ସୂଚନାଅନୁଯାଇ, ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ରାୟଗଡ଼ାରୁ ଭୁବନେଶ୍ୱର ଫେରୁଥିଲେ। ପାରଳାଖେମୁଣ୍ଡିରୁ ତାଙ୍କୁ ଏସକର୍ଟ କରି ନେଉଥିବା ପୋଲିସ୍ ଗାଡ଼ି ଉଲିଆପଦା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଏଥିରେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ବିରିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+