ପିସିସି ସଭାପତି ଭକ୍ତ ଦାସଙ୍କୁ କଟାକ୍ଷ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, କହିଲେ...
ନୂଆପଡ଼ା ପରାଜୟ ପରେ ଗୃହଶତ୍ରୁ ବିଭୀଷଣ କଥା ଉଠାଇଥିବାରୁ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସଙ୍କୁ କଡ଼ା କାଉଣ୍ଟର କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କଟାକ୍ଷ କରି ସେ କହିଛନ୍ତି, ହାରିବାର ଅନେକ କାରଣ ବାହାରେ, ଜିତିବାର କାରଣ କେବଳ ଜୟ। ନିଜ ଦୁର୍ବଳତା ଲୁଚାଇବାକୁ ରାଜନୈତିକ ଦଳ ଅନେକ କଥା କୁହନ୍ତି। ନିଜ ପରାଜୟ ସ୍ବୀକାର କଲେ ବରଂ ଭଲ ହୁଅନ୍ତା ବୋଲି ପୃଥ୍ବୀରାଜ କହିଛନ୍ତି।

ଅନ୍ୟପକ୍ଷରେ ଭକ୍ତ କହିଥିଲେ, ଆମ ଦଳର ବିଭୀଷଣଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆତ୍ମସମୀକ୍ଷା ପରେ ବିଭୀଷଣଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ସରକାରୀ କଳ, ଅର୍ଥବଳ ବ୍ୟବହାର ପରେ ବି ୪୦ ହଜାର ଭୋଟ ପାଇ ୨ୟ ସ୍ଥାନରେ ରହିଛୁ। ତଥାପି ଦଳ ପ୍ରତ୍ୟେକ କ୍ଷେତ୍ରକୁ ଆତ୍ମସମୀକ୍ଷା କରିବ ବୋଲି ଭକ୍ତ କହିଛନ୍ତି।












Click it and Unblock the Notifications