ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଯୋଗାଣ ମନ୍ତ୍ରୀ

କନ୍ଧମାଳ ଆମ୍ବ ଟାକୁଆ ଖାଇ ମୃତ୍ୟୁ ପ୍ରସଙ୍ଗରେ ଜବାବ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ବିଜେଡି-କଂଗ୍ରେସର କେତେ ନୈତିକତା ଅଛି ଆମେ ଜାଣିଛୁ । ଆମେ କନ୍ଧମାଳର ଆଦିବାସୀ ଲୋକଙ୍କୁ ବାରମ୍ବାର ସଚେତନ କରିଛୁ । ହେଲେ ସେମାନେ ଅଭ୍ୟାସଗତ ଭାବେ ଆମ୍ବ ଟାକୁଆ ଖାଆନ୍ତି ।

Krishna Patra

ସେମାନଙ୍କୁ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ମାସର ଚାଉଳ ଆଗୁଆ ଦିଆଯାଇଛି । ଅକ୍ଟୋବର ମାସର ଚାଉଳ ଦିଆଯାଇଥାନ୍ତା । ତେଣୁ ଚାଉଳ ବିନା ସେମାନେ ଆମ୍ବ ଟାକୁଆ ଖାଇବା କଥା ଯାହା କୁହାଯାଉଛି ତାହା ଭୁଲ କଥା । ମୁଖ୍ୟମନ୍ତ୍ରୀ RDC ତଦନ୍ତ ନିର୍ଦ୍ଦେଶ ଦେଇସାରିଛନ୍ତି । ବିଚାର ବିଭାଗୀୟ ତଦନ୍ତର ଆବଶ୍ୟକତା ନାହିଁ । ମନ୍ତ୍ରୀଙ୍କ ଇସ୍ତଫା ଯେଉଁମାନେ ଦାବି କରୁଛନ୍ତି ତାଙ୍କର କେତେ ନୈତିକତା ଅଛି ଆମେ ଜାଣିଛୁ ବୋଲି ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+