ପୂର୍ବ ସରକାରରେ ବନ୍ଦ ଥିବା ସ୍କୁଲକୁ ସ୍ଥିତି ଦେଖି ଖୋଲାଯିବ:ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ବିଜେଡି ସରକାର ବନ୍ଦ କରି ଦେଇଥିବା ସ୍କୁଲ ଗୁଡିକ ଖୋଲିବାକୁ ବିଜେପି ସରକାରର ଯୋଜନା । ଯେଉଁଠି ପିଲାମାନଙ୍କୁ ଦୂର ସ୍ଥାନକୁ ଯିବାକୁ ପଡୁଛି, ଯେଉଁ ସ୍ଥାନରେ ଭୁଲ ରିପୋର୍ଟ ଜରିଆରେ ସ୍କୁଲ ବନ୍ଦ କରି ଦିଆଯାଇଛି, ସ୍ଥାନୀୟ ଲୋକଙ୍କ ଦାବି ଅଣଦେଖା କରାଯାଇଛି, ସେହି ସବୁ ସ୍କୁଲଗୁଡିକୁ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଜେପି ସରକାର ପୁଣି ଥରେ ଖୋଲିବାକୁ ଯୋଜନା କରୁଛନ୍ତି ।
ସ୍କୁଲକୁ ନେଇ ଲୋକଙ୍କ ଦାବି ଅନୁଯାୟୀ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଉଛି । ସଚିବ ବିସ୍ତୃତ ରିପୋର୍ଟ ଦେବା ପରେ ସ୍କୁଲ ଗୁଡିକୁ ଖୋଲାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ତଥା ସାମାଜିକ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ସଚିବ ମାନେ ରିପୋର୍ଟ ପ୍ରସ୍ତୁତ କରିବେ ଏବଂ ଲୋକଙ୍କ ଦାବି ଅନୁଯାୟୀ କେଉଁଠି ବନ୍ଦ ହୋଇଥିବା ସ୍କୁଲର ଖୋଲିବା ଆବଶ୍ୟକତା ଅଛି ।

ସଚିବ ବିସ୍ତୃତ ରିପୋର୍ଟ ଦେବା ପରେ ସେହି ରିପୋର୍ଟ ଆଧାରରେ ବିଜେଡି ସରକାରରେ ବନ୍ଦ କରି ଦିଆଯାଇଥିବା ସ୍କୁଲ ଗୁଡିକୁ ଆମେ ଖୋଲିବୁ ।












Click it and Unblock the Notifications