୩ ହଜାର ହେବ ଭତ୍ତା: ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର: ରାଜ୍ୟରେ ଭତ୍ତା ଟଙ୍କା । ୩ ହଜାର ହେବ ଭତ୍ତା ଏନେଇ ସାମଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି ।ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ସେ ନେଇ ପ୍ରସ୍ତୁତି ଚାଲିଛି ଏବଂ ଅର୍ଥ ବିଭାଗ ସହ ବିସ୍ତୃତ ଆଲୋଚନା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଗଣଶିକ୍ଷା ତଥା ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ସୁଚନାଯୋଗ୍ୟ ଯେ, ନିର୍ବାଚନ ପୂୂର୍ବରୁ ରାଜ୍ୟରେ ବିଜେପି ସରକାର ଗଠନ କଲେ ଭତ୍ତା ବଢେଇବାକୁ ପ୍ରତିଶୃତି ଦେଇଥିଲା । ଏବେ ତାହା ପୂରଣ କରିବେ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ବିଭିନ୍ନ ବର୍ଗର ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ ଏବଂ ବିଧବା ଭତ୍ତାକୁ ନେଇ ଆଲୋଚନା କରିଛନ୍ତି । କେଉଁ ବର୍ଗର ଲୋକମାନଙ୍କୁ କେତେ ଭତ୍ତା ବୃଦ୍ଧି କରାଯିବ ସେନେଇ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।ସେହିପରି କାହାକୁ କେତେ ଟଙ୍କା ଭତ୍ତା ବୃଦ୍ଧି କରାଯିବ ଏ ବାବଦରେ ପରେ ସୂଚନା ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ସ୍ପଷ୍ଟିକରଣ କରିଛନ୍ତି ।












Click it and Unblock the Notifications