ଆକ୍ସନ ମୁଡ଼ରେ ମନ୍ତ୍ରୀ; କହିଲେ କେତେ ପିଲା ଫେରୁଛନ୍ତି ଘଣ୍ଟାକୁ ଘଣ୍ଟା ଅନ୍ତରରେ ରିପୋର୍ଟ ଦିଅ
KIIT student death ଘଟଣା ଏବେ କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ଚହଳ ପକେଇଛି। ଘଟଣାକ୍ରମ ଯେପରି ବଢୁଛି କିଟ୍ ସେତିକି ବିବାଦୀୟ ହୋଇପଡିଛି। ଏହାରି ଭିତରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମରେ ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପିଲାଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛି। କ୍ୟାମ୍ପସ ଛାଡ଼ିଥିବା ପିଲା ବର୍ତ୍ତମାନ କେଉଁଠି ଅଛନ୍ତି ଜଣାଇବେ। କେତେ ପିଲା ଫେରୁଛନ୍ତି ଘଣ୍ଟାକୁ ଘଣ୍ଟା ଅନ୍ତରରେ ରିପୋର୍ଟ କରିବେ। ସେହିପରି ଫେରୁଥିବା ପିଲାଙ୍କ ବିରୋଧରେ ପ୍ରତିଶୋଧ ନେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
ଘଟଣାକୁ ନେଇ କଣ ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ, ସରକାରଙ୍କୁ ଜଣାଇଲେ ନାହିଁ? ଯେଉଁମାନେ ଭାରତ-ନେପାଳ ସମ୍ପର୍କ ଅବନତି ଭଳି କହିଛନ୍ତି ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ। ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କୁ ନିଲମ୍ବିତ କରାଯାଇଛି। ବର୍ତ୍ତମାନ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି, ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି।












Click it and Unblock the Notifications