ଆକ୍ସନ ମୁଡ଼ରେ ମନ୍ତ୍ରୀ, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନଙ୍କୁ ନିର୍ଦ୍ଦେଶ
ଆକ୍ସନ ମୁଡ଼ରେ ମନ୍ତ୍ରୀ । ଭୁବନେଶ୍ବରରେ ଡ୍ରେନ୍ରେ ଭାସିଯାଇ ନାବାଳକର ମୃତ୍ୟୁ ଘଟଣାରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ସମୀକ୍ଷା କରିଛନ୍ତି। ଏହା ପରେ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ବ୍ୟାରିକେଡ କାହିଁକି ହୋଇନି, ସା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ୭ ଦିନ ମଧ୍ୟରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଆଉ କେତେ ମୁକୁଳା ଡ୍ରେନ ଅଛି, ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେବା ସହ ୩ ଦିନ ଭିତରେ ବାକିଥିବା ସବୁ ଡ୍ରେନ୍ କଭର୍ ହେବ ମନ୍ତ୍ରୀ ସୂଚନା ଦେଇଛନ୍ତି।
ମଙ୍ଗଳବାର ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା। ସେହି ସମୟରେ ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ କଲୋନୀର ଏସ୍କେ ରାଜେଶ ଓ ତାଙ୍କ ସାଥୀମାନେ ଡ୍ରେନ୍ ପାଖରେ ଖେଳୁଥିବା ବେଳେ ବେଲୁନ୍କୁ ଆଣିବାକୁ ଡ୍ରେନ୍ ଭିତରକୁ ଯାଉଥିବା ବେଳେ ଏସ୍କେ ରାଜେଶ ବର୍ଷା ପାଣିରେ ଭାସି ଯାଇଥିଲେ। ଯାହା ପରେ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।












Click it and Unblock the Notifications