ଗୋ-ତସ୍କରୀ ଜଗିବାକୁ ସବୁ ଜିଲ୍ଲାର ଏସ୍‌ପିଙ୍କୁ ନିର୍ଦ୍ଦେଶ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଗୋ-ଚାଲାଣ ଓ ଗୋ-ତସ୍କରୀ ଜଗିବାକୁ ପ୍ରତ୍ୟେକ ଜିଲ୍ଲାର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋ-ଚାଲାଣକାରୀ ଓ ଗୋ-ତସ୍କରଙ୍କ ଉପରେ ରାଜ୍ୟବ୍ୟାପୀ ଚଢ଼ାଉ କରାଯାଉଛି । ଗୋ-ଚାଲାଣକାରୀ ଓ ଗୋ-ତସ୍କରୀ ଭଳି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ ନଚେତ ଜେଲ୍ ଯିବେ ବୋଲି ଚେତାବନୀ ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

Gokulanand Malik

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋ-ଚାଲାଣକାରୀ ଓ ଗୋ-ତସ୍କରଙ୍କ ଉପରେ ଚଢ଼ାଉ କରାଯାଉଛି । ୧୦ ଜଣଙ୍କୁ କୋର୍ଟ ଚାଲାଣ ହେଲେଣି, ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଗଲାଣି । ଏଥିରେ ଯେଉଁମାନେ ଜଡିତ କାହାକୁ ଛଡାଯିବ ନାହିଁ । ବିଜେପି ସରକାର ପାଇଁ ଗୋ-ସୁରକ୍ଷା ପ୍ରଥମ, ଏହି କାର୍ଯ୍ୟରୁ ସମସ୍ତେ ନିବୃତ୍ତ ରୁହନ୍ତୁ । ନ ହେଲେ ଜେଲ୍ ଯିବାକୁ ପ୍ରସ୍ତୁତ ହୁଅନ୍ତୁ ।

ଗତ ସରକାରରେ ପ୍ରଶାସନ ଅଧିକାରୀ ଓ ରାଜନେତାଙ୍କ ପ୍ରୋତ୍ସାହନରେ ଗୋ-ଚାଲାଣ ହେଉଥିଲା । ହେଲେ ବିଜେପି ସରକାର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି, ପ୍ରତ୍ୟେକ ଜିଲ୍ଲାର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଗଲା ଗୋଚାଲାଣ ଜଗିବେ । ଏହାସହ ଜବତ କରିବା ପରେ ଗାଈଙ୍କୁ ରଖିବାକୁ ଗୋଶାଳା ପାଇଁ ସ୍ୱତନ୍ତ୍ର ବଜେଟ୍ କରାଯାଇଛି । ଏଥିରେ ନଗର ଉନ୍ନୟନ ବିଭାଗ ବି ସହଯୋଗ କରୁଛି । ଆଗାମୀ ଦିନରେ ଏହି ପ୍ରକ୍ରିୟା ଆହୁରି ସରଳୀକରଣ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+