ବଡ ସୂଚନା ଦେଲେ ମନ୍ତ୍ରୀ, କହିଲେ ବଢିବ ଚାଷୀଙ୍କ ପଞ୍ଜୀକରଣ ଅବଧି
ଚାଷୀଙ୍କ ପଞ୍ଜୀକରଣ ଅବଧି ବଢିବ। ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ପଞ୍ଜୀକରଣ କରି ନାହାନ୍ତି ସେମାନଙ୍କୁ ସୁଯୋଗ ଦିଆଯିବ। ଅବଧି ବଢିବା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ଯେଉଁମାନେ ଚାଷ ଛାଡ଼ିଥିଲେ, ସେମାନେ ବର୍ତ୍ତମାନ ଚାଷକୁ ଫେରୁଛନ୍ତି। ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ଯେଉଁ ଚାଷୀ ରହିଗଲେ ତାଙ୍କ କଥା ବିଚାର ଚାଲିଛି। ଏଥିପାଇଁ ନିଷ୍ପତ୍ତି ଶୀଘ୍ର ନିଆଯିବ। ପଞ୍ଜୀକରଣ ଅବଧି ବଢିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।
27 ତାରିଖରେ ସିଏମ କିଷାନ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯାଇଛି। କିନ୍ତୁ ଯେଉଁ ଚାଷୀ ଏଯାଏଁ ପଞ୍ଜୀକରଣ କରିନାହାନ୍ତି, ସେମାନଙ୍କ ପାଇଁ ମଧ୍ୟ ଖୁସି ଖବର ରହିଛି। ସରକାର ଚାଷୀ ପଞ୍ଜୀକରଣ ଅବଧି ବଢାଇବାକୁ ଯୋଜନା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 27 ଅଗଷ୍ଟରେ କହିଥିଲେ।
କେତେ ଦିନ ବଢିବ ଖୁବଶୀଘ୍ର ଘୋଷଣା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଉ ସପ୍ତାହେ ବଢାଇବାକୁ ପ୍ରସ୍ତାବ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ଉପମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇଛି ଏବଂ ଘୋଷଣା ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।












Click it and Unblock the Notifications