ମନ୍ତ୍ରୀ ଦେଲେ ବଡ ସୂଚନା ; ଆସନ୍ତା କାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା
ଆସନ୍ତା କାଲି ଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର । ଚାଷୀ ଙ୍କ ପାଇଁ ମଣ୍ଡି ଗୁଡିକରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚାଷୀ ପାଇଁ ମଣ୍ଡି ଗୁଡ଼ିକ ରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ସବୁ ବ୍ୟବସ୍ଥା କରାଯାଇଛି । ଠିକ ସମୟ ରେ ଗାଡ଼ି ପହଞ୍ଚାଇବା ପାଇଁ ମିଲ ମାଲିକ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ଧାନ କିଣା ଉପରେ ତୀକ୍ଷଣ ନଜର ରଖିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମଣ୍ଡି ଖୋଲିବା ପରେ ଯେଉଁଠି ଅସୁବିଧା ଦେଖାଯିବ ତାକୁ ତୁରନ୍ତ ଅନ ଦ ସ୍ପଷ୍ଟ ସମାଧାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । କଟନି ଛଟନି ଉପରେ ରାଜ୍ୟ ସରକାର ତୀକ୍ଷଣ ନଜର ରଖିଛନ୍ତି । ଚାଷୀ ଆଉ ମିଲର ଙ୍କ ଭିତରେ ସଲା ସୁତୁରା ହୋଇ କଟଣି ଛଟଣି ଯଦି କରିବେ ତାହା ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱଧୀନ ନୁହେଁ ।
ସୂଚନାଯୋଗ୍ୟ ଯେ, ୨୦୨୪-୨୫ ଖରିଫ୍ ଋତୁରେ ଧାନ ବିକ୍ରି କରିବାକୁ ୧୭.୫୦ ଲକ୍ଷ ଚାଷୀ ପଞ୍ଜୀକରଣ କରିଥିଲେ । ମାତ୍ର ଏ ବର୍ଷ ୨ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଥିବାରୁ ଏ ବର୍ଷ ଧାନ ସଂଗ୍ରହ ଟାର୍ଗେଟ୍ ବୃଦ୍ଧି କରାଯାଇଛି । ଉଭୟ ଖରିଫ ଓ ରବି ଋତୁ ପାଇଁ ୯୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ଖରିଫ୍ ଋତୁ ପାଇଁ ଖାଦ୍ୟ ଓ କ୍ରୟ ନୀତି ୨୦୨୫-୨୬ ଗତ ଅକ୍ଟୋବରରେ କ୍ୟାବିନେଟ୍ ବୈଠକରେ ଅନୁମୋଦନ ଲାଭ କରିଥିଲା । ଖରିଫ୍ ଧାନ କିଣା ସମୟ ୨୦୨୫ ନଭେମ୍ୱର ୧ରୁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଛି ।












Click it and Unblock the Notifications