ମନ୍ତ୍ରୀ ଦେଲେ ବଡ ସୂଚନା ;ଜାରି ହେଲା ଟୋଲ ଫ୍ରି ନମ୍ୱର, ଅସାଧୁ ବ୍ୟବସାୟୀ ସାବଧାନ
ସାବଧାନ ଖାଉଟିଙ୍କୁ ଲୁଟୁଥିଲେ ହୋଇଯାଅ ସତର୍କ । କଳା ବଜାରି ରୋକିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଟୋଲ ଫ୍ରି ନମ୍ୱର୍ ।

ଅତି ଭୟଙ୍କର ଭାବେ ମାଡ଼ି ଆସୁଛି ବାତ୍ୟା 'ଦାନା'। ଏହାର ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟାକୁ ଆଖି ଆଗରେ ରଖି ପ୍ରଶାସନ ବି ପୁରା ସଜାଗ ରହିଛି। ସେପଟେ ବାତ୍ୟା ଦାନାର ପ୍ରଭାବ ପନିପରିବା ଦର ଉପରେ ପଡିଛି। ଆକାଶ ଛୁଆଁ ରହିଛି ପନିପରିବା ଦର। ଆଳୁ ୫୦ ଟଙ୍କା ଛୁଇଁଥିବାବେଳେ ପିଆଜ ୮୦ ଟଙ୍କାରେ ବିକ୍ରି ହେଉଛି। ଖାଉଟି ହନ୍ତସନ୍ତ ହେଉଛନ୍ତି।
ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ଅହେତୁକ ବୃଦ୍ଧି ଅଭିଯୋଗ ଆସିବା ପରେ, ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଛି ଟୋଲ୍ ଫ୍ରି ନମ୍ବର। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବର ହେଉଛି ୦୬୭୪-୨୩୯୬୨୨୭ । ଏହି ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରିପାରିବେ ଖାଉଟି। କଲ୍ କରି ବ୍ୟବସାୟୀଙ୍କ ବିରୋଧରେ ଅଭିଯୋଗ କରିପାରିବେ ବୋଲି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।












Click it and Unblock the Notifications